ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ସୁପ୍ରିମ୍କୋର୍ଟର ବିଚାର କମିଟି ସାମ୍ନାରେ ହାଜର ହୋଇଛନ୍ତି। ଜଷ୍ଟିସ୍ ଏସ୍ଏ ବୋବଡେଙ୍କ ନତୃତ୍ବାଧୀନ କମିଟି ସମ୍ମୁଖରେ ହାଜର ହୋଇଛନ୍ତି ରଞ୍ଜନ ଗୋଗୋଇ। ଗତକାଲି ଅଭିଯୋଗ କାରିଣୀ ବିନା ଓକିଲରେ ବିଚାର କମିଟିର ସାମ୍ନା କରିବା ପାଇଁ ମନା କରିବା ପରେ ଶ୍ରୀ ଗୋଗୋଇ କମିଟି ନିକଟରେ ହାଜର ହୋଇଛନ୍ତି। ଏହି ମାମଲାରେ ବିଚାର କମିଟି ନିକଟରେ ହାଜର ହେବା ପାଇଁ ଶ୍ରୀ ଗୋଗୋଇଙ୍କୁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା। କମିଟିରେ ଜଷ୍ଟିସ୍ ଏସ୍ ଏ ବୋବଡେଙ୍କ ବ୍ୟତିତ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଇନ୍ଦୁ ମଲହୋତ୍ରା ମଧ୍ୟ ସଦସ୍ୟ ରହିଛନ୍ତି। ଗତକାଲି ଅଭିଯୋଗ କାରିଣୀ ଏହି କମିଟି ସାମ୍ନାରେ ହାଜର ନହେବା ପାଇଁ ଘୋଷଣା କରିଥିଲେ। ଅଭିଯୋଗ କାରିଣୀ କହିଥିଲେ, ସୁପ୍ରିମ୍କୋର୍ଟରେ ମୁଁ ଅଭିଯୋଗ କରିଥିଲି ଏବଂ ଏକ ବାହ୍ୟ କମିଟିର ଆଶା କରିଥିଲି ମାତ୍ର ଗୋଗୋଇଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଲୋକ ଏହି କମିଟିର ସଦସ୍ୟ ଅଛନ୍ତି ଏବଂ ଏହି କମିଟିରୁ ମୋତେ ନ୍ୟାୟ ମିଳିବା ସମ୍ଭାବନା କ୍ଷୀଣ। ଏହା ସହିତ କମିଟି ସାମ୍ନାରେ ଅନ୍ୟ ଓକିଲ ନେବାର ବ୍ୟବସ୍ଥା ମଧ୍ୟ ନଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ଅଭିଯୋଗକାରିଣୀ। ସେହିପରି ତଦନ୍ତ ସମୟର ଭିଡିଓଗ୍ରାଫି କରିବା ପାଇଁ ମନା କରିଥିବାରୁ ତଦନ୍ତ କମିଟି ସାମ୍ନାରେ ପୁନର୍ବାର ହାଜର ନହେବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଭିଯୋଗକାରିଣୀ।
ବିଚାର କମିଟି ସାମ୍ନାରେ ହାଜର ହେଲେ ମୁଖ୍ୟ ବିଚାରପତି, ଓହରିଲେ ଅଭିଯୋଗକାରିଣୀ
Published:
May 2, 2019, 11:24 am IST
Tags: