ଆଗୁଆ ସ୍ଥଳଭାଗ ଛୁଇଁପାରେ ’ଫନି’ : ଆସନ୍ତାକାଲି ଦିନ ୧୦ଟାରୁ ୧୨ଟା ଭିତରେ ଲ୍ୟାଣ୍ଡ୍‌ ଫଲ୍‌ କରିବା ନେଇ ଆଶଙ୍କା

Published: May 2, 2019, 2:24 pm IST
fany cyclone prevention by odisha

ଆଗୁଆ ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଫନି’। କାଲି ଦିନ ୧୦ଟାରୁ ୧୨ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଏହା ପୁରୀଠାରୁ ୩୬୦ କିମି ଦୂରରେ ରହିଛି ଏବଂ ଘଣ୍ଟାପ୍ରତି ୧୬ କିମି ବେଗରେ ଆଗେଇ ଆସୁଛି। ପୁରୀ ପାଖାପାଖି ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି। ଯାହା ଅନୁମାନ କରାଯାଉଛି, ‘ଫନି’ ସାତପଡ଼ା ନିକଟରେ ଲ୍ୟାଣ୍ଡଫଲ୍ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିମି ରହିବ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିମି ବି ହୋଇପାରେ। ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ବି ଆରମ୍ଭ ହୋଇଗଲାଣି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଗଜପତି ସହିତ ଭୁବନେଶ୍ୱରରେ ବର୍ଷା ଆରମ୍ଭ ହୋଇଥିବା ସୂଚନା ମିଳିଛି। ସେହିପରି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌, ବିଜୟନଗରମ୍ ଓ ବିଶାଖାପଟନମ୍‌ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଯାଇଛି।

Related posts