ଉଗ୍ର ରୂପ ଧାରଣ କରି ଓଡ଼ିଶା ନିକଟତର ହେଉଛି ସାମୁଦ୍ରିକ ଝଡ଼ ‘ଫନି’। ଏହା ପୁରୀଠାରୁ ୩୬୦କିମି ଦୂରରେ ରହିଛି। କାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଏହା ପୁରୀ ପାଖାପାଖି ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି କରାଯାଉଛି। ସେଥିପାଇଁ ଉପକୂଳ ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳର ରହୁଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଆଜି ଦିନ ୧୦ଟା ୩୦ ସୁଦ୍ଧା ୨୫ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅପରାହ୍ଣ ଅଢ଼େଇଟା ସୁଦ୍ଧା ଅଢ଼େଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ୭ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଫାନିରେ ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଛି । ଅଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସାରିବାକୁ ଚେଷ୍ଟା ଚାଲିଛି ।
ଫନି ମୁକାବିଲା : ଅପରାହ୍ନ ଅଢେଇଟା ସୁଦ୍ଧା ଅଢେଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ
Published:
May 2, 2019, 4:01 pm IST
Tags: