ଅତି ଭୟଙ୍କର ଘୂର୍ଣ୍ଣିଝଡ଼ ‘ଫାନି’ ଓଡ଼ିଶା ନିକଟତର ହେଉଛି । ଏହା ପୁରୀଠାରୁ ୩୬୦କିମି ଦୂରରେ ରହିଛି। କାଲି ସକାଳ ୧୦ଟାରୁ ୧୨ଟା ମଧ୍ୟରେ ଏହା ପୁରୀ ପାଖାପାଖି ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ । ଏଥିପାଇଁ ରାଜ୍ୟ ପ୍ରଶାସନ ଏହାର ମୁକାବିଲା କରିବା ପାଇଁ ନିଜକୁ ପ୍ରସ୍ତୁତି କରିଛି । ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରାଯାଇଥିବାବେଳେ +୨ ଖାତା ମୂଲ୍ୟାୟନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ପ୍ରଭାବିତ ଜିଲ୍ଲାରେ ଖାତାଦେଖା ବନ୍ଦ ରହିବ ବୋଲି ନିର୍ଦ୍ଦେଶ ରହିଥିବବେଳେ ୪ ତାରିଖ ପରେ ଅବସ୍ଥା ଦେଖି ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଉପପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାସ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାର ନିରବଚ୍ଛିନ୍ନ ସେବା ଯୋଗାଇ ଦେବା ଲାଗି ପ୍ରସ୍ତୁତ କରାଯାଉଛି ।
Tags: