ଶ୍ରୀଲଙ୍କାରେ ବୁର୍ଖା ପରିଧାନ ଉପରେ ନିଷୋଧାଦେଶ ଲାଗୁ ହେବା ପରେ ଏବେ ଏହି ପ୍ରସଙ୍ଗ ଭାରତରେ ବେଶ୍ ଚର୍ଚ୍ଚାରେ ରହିଛି । ବୁର୍ଖାକୁ ନିଷିଦ୍ଧ କରିବା ପାଇଁ ଶିବସେନା ଓ ହିନ୍ଦୁ ସେନା ଭଳି ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି। ଏହା ମଧ୍ୟରେ କେରଳର ଏକ କଲେଜ ବୁର୍ଖା ପରିଧାନକୁ ନିଷିଦ୍ଧ କରିଛି। ମୁସଲମାନ ଛାତ୍ରୀମାନେ ବୁର୍ଖା ପିନ୍ଧି କଲେଜକୁ ଆସିପାରିବେ ନାହିଁ ବୋଲି କଲେଜ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। କେରଳ ମଲ୍ଲପୁରମସ୍ଥିତ ସଂଖ୍ୟାଲଘୁ କଲେଜରେ ବୁର୍ଖା ପରିଧାନ ଉପରେ କଟକଣା ଜାରି କରାଯାଇଛି। ଏହି କଲେଜ ମୁସଲିମ ଏଜୁକେଶନ ସୋସାଇଟ୍ ଦ୍ୱାରା ପରିଚାଳିତ ହେଉଛି। କେରଳର କେତେକ ସ୍ଥାନୀୟ ସଂଗଠନ କଲେଜର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏପ୍ରିଲ୍ ୨୧ ତାରିଖ ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ବର୍ବର ଆତଙ୍କୀ ଆକ୍ରମଣ ପରେ ଶ୍ରୀଲଙ୍କା ସରକାର ସାର୍ବଜନୀନ ସ୍ଥାନରେ ମୁସଲମାନ ମହିଳାଙ୍କ ବୁର୍ଖା ପରିଧାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାପରେ ଭାରତରେ ବୁର୍ଖା ପରିଧାନକୁ ନିଷିଦ୍ଧ କରିବା ଦାବି ଜୋର ଧରିଛି। ଶିବସେନା ନିଜ ମୁଖପତ୍ର ‘ସାମନା’ର ସମ୍ପାଦକୀୟ ଜରିଆରେ ସର୍ବସାଧାରଣରେ ପରିଚୟକୁ ଗୁପ୍ତ ରଖୁଥିବା ବୁର୍ଖା ଭଳି ସମସ୍ତ ପରିଧାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ରଖିଛି।
କେରଳର କଲେଜରେ ବୁର୍ଖା ପରିଧାନ ଉପରେ ଲାଗିଲା ପ୍ରତିବନ୍ଧକ
Published:
May 2, 2019, 5:39 pm IST
Tags: