Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଘରୋଇ ଅଶୋଧିତ ତୈଳ ବିକ୍ରି ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ବିଶେଷ ଖବର

ଘରୋଇ ଅଶୋଧିତ ତୈଳ ବିକ୍ରି ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

June 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ
ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ‘ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରୁ ନିୟନ୍ତ୍ରଣ ପ୍ରତ୍ୟାହାର’ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଅଶୋଧିତ ତୈଳ ଏବଂ କଣ୍ଡେନସେଟ୍‌ ଆବଣ୍ଟନକୁ ବନ୍ଦ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ନିଷ୍ପତ୍ତି ୧ ଅକ୍ଟୋବର ୨୦୨୨ ଠାରୁ ଲାଗୁ ହେବ।

ଏହି ନିଷ୍ପତ୍ତି ଫଳରେ ସମସ୍ତ ଅନ୍ବେଷଣ ଏବଂ ଉତ୍ପାଦନ (ଇଏଣ୍ଡପି) ଅପରେଟରଙ୍କ ପାଇଁ ସ୍ବାଧୀନ ବିପଣନ ସୁନିଶ୍ଚିତ ହୋଇପାରିବ। ସରକାର, କିମ୍ବା ତାଙ୍କ ନୋମିନୀ ଅଥବା ସରକାରୀ କମ୍ପାନୀଗୁଡ଼ିକୁ ଅଶୋଧିତ ତୈଳ ବିକ୍ରି କରିବା ଲାଗି ଉତ୍ପାଦନ ସହଭାଗିତା ଚୁକ୍ତିନାମା (ପିଏସସି)ର ସର୍ତ୍ତକୁ ତଦନୁଯାୟୀ କୋହଳ କରାଯିବ। ସବୁ ଇଏଣ୍ଡପି କମ୍ପାନୀଙ୍କୁ ଏବେ ଘରୋଇ ବଜାରରେ ନିଜ କ୍ଷେତ୍ରରୁ ଅଶୋଧିତ ତୈଳ ବିକ୍ରି କରିବା ନିମନ୍ତେ ସ୍ବାଧୀନତା ମିଳିପାରିବ। ସବୁ ଚୁକ୍ତିନାମାରେ ରୟାଲିଟି, ଉପକର, ଆଦି ଭଳି ରାଜସ୍ବର ଗଣନା ଏକସମାନ ଆଧାରରେ ହିସାବ କରାଯିବ। ତେବେ ପୂର୍ବ ବ୍ୟବସ୍ଥା ଭଳି, ରପ୍ତାନି ନିମନ୍ତେ ଅନୁମତି ମିଳିବ ନାହିଁ।

କ୍ୟାବିନେଟର ଏହି ନିଷ୍ପତ୍ତି ଆର୍ଥିକ ଗତିବିଧିକୁ ପ୍ରୋତ୍ସାହନ ଦେବ, ଅପଷ୍ଟ୍ରିମ୍‌ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହିତ କରିବ ଏବଂ ୨୦୧୪ ଠାରୁ ଆରମ୍ଭ କରାଯାଇଥିବା ବିଭିନ୍ନ ପରିବର୍ତ୍ତନକାରୀ ସଂସ୍କାରକୁ ତ୍ବରାନ୍ବିତ କରିବ। ବ୍ୟବସାୟିକ ସୁଗମତା ଏବଂ ଅପରେଟର/ଉଦ୍ୟୋଗମାନଙ୍କୁ ଆବଶ୍ୟକତା ଅନୁଯାୟୀ ପରିଚାଳନା ସମ୍ବନ୍ଧୀୟ ସୁବିଧା ଯୋଗାଇ ଦେବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଏଥିପାଇଁ ତୈଳ ଏବଂ ଗ୍ୟାସ ଉତ୍ପାଦନ, ମୌଳିକ ଭିତ୍ତିଭୂମି ଓ ବିପଣନ ସହ ଜଡ଼ିତ ନୀତିକୁ ଆହୁରି ଅଧିକ ସ୍ବଚ୍ଛ କରାଯାଇଛି।

ଆର୍ଥିକ ବ୍ୟାପାର କ୍ୟାବିନେଟ ମଞ୍ଜୁରି ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026
Latest News

ଏହି ବିଦେଶୀ ଲିଗ୍ ରୁ ବାଦ ପଡ଼ିବେ ପାକିସ୍ତାନ ଖେଳାଳି!: ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତ IPL ଫ୍ରାଞ୍ଚାଇଜ୍

February 20, 2026

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.