ସୁପ୍ରିମକୋର୍ଟ ମୁ୍ଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ସୁପ୍ରିମ୍କୋର୍ଟ ଗୃହ କମିଟି କ୍ଲିନ୍ଚିଟ୍ ପ୍ରଦାନ କରିବା ପରେ ଏହାକୁ ନେଇ ସୁପ୍ରିମ୍କୋର୍ଟଙ୍କ ସମ୍ମୁଖରେ ଆନ୍ଦୋଳନରେ ବସିଥିବା 55 ଜଣଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ୍ । ମଙ୍ଗଳବାର କ୍ଲିନ୍ଚିଟ୍କୁ ବିରୋଧ କରି ଆନ୍ଦୋଳନରେ ବସିଥିବା ବିଭିନ୍ନ ସାମାଜିକ କର୍ମୀ ଏବଂ ଓକିଲଙ୍କୁ ଗିରଫ କରାଯାଇଛି । ଅଟକଙ୍କ ମଧ୍ୟରେ 3 ଜଣ ପୁରୁଷ ଏବଂ 52 ଜଣ ମହିଳା ରହିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଅଭିଯୋଗ କାରିଣୀ ମହିଳା ଜଣକ ପକ୍ଷପାତିତାର ଅଭିଯୋଗ କରି ଗୃହ କମିଟି ସମ୍ମୁଖରେ ହାଜର ନହେବାର ନିଷ୍ପତ୍ତି ନେଇଥିଲେ । ଏହାପରେ ସୋମବାର ଶ୍ରୀ ଗୋଗୋଇଙ୍କୁ କୃହ କମିଟି ପକ୍ଷରୁ କ୍ଲିନ୍ ଚିଟ୍ ପ୍ରଦାନ କରାଯାଇଥିଲା । ଅଟକ ଓକିଲ ଏବଂ ସାମାଜିକ କର୍ମୀଙ୍କୁ ଅଟକ ରଖାଯିବା ସହିତ ସୁପ୍ରିମ୍କୋର୍ଟ ସମ୍ମୁଖରେ ଅଧିକ ପୋଲିସ୍ ମୁତୟନ ନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ଡିସିପି ମଧୁର ବର୍ମା ।
Tags: