Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷଷ୍ଠ ପର୍ଯ୍ୟାୟ ନିର୍ବାଚନ : ୭ଟି ରାଜ୍ୟର ୫୯ଟି ଆସନ ପାଇଁ ହେବ ମତଦାନ
ଆଜିର ଖବର

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ : ୭ଟି ରାଜ୍ୟର ୫୯ଟି ଆସନ ପାଇଁ ହେବ ମତଦାନ

May 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
6th phase election
6th phase election

ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆସନ୍ତା ରବିବାର ଦିନ ହେବ। ସେଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ସଂସଦୀୟ କ୍ଷେତ୍ର ପାଇଁ ଭୋଟଗ୍ରହଣ ହେବ। ଉତ୍ତରପ୍ରଦେଶର ୧୪ଟି ଆସନ,  ହରିୟାଣାର ୧୦ଟି, ପଶ୍ଚିମବଙ୍ଗ, ବିହାର ଓ ମଧ୍ୟପଦେଶରେ ୮ଟି ଲେଖାଏଁ, ଦିଲ୍ଲୀର ୭ଟି ଏବଂ ଝାଡଖଣ୍ଡର ୪ଟି ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ। ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ସଭା, ଶୋଭାଯାତ୍ରା, ରାଲି ଓ ରୋଡ ଶୋ’ମାନ ଆୟୋଜନ କରି ଭୋଟର ମାନଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଛନ୍ତି। ଏହି ପର୍ଯ୍ୟାୟରେ ୯୬୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ କେନ୍ଦ୍ରୀୟ ମନ୍ତ୍ରୀ ମାନେକା ଗାନ୍ଧି, ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ, କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ, ଜ୍ୟୋତିରାଦିଆ ସିନ୍ଧିଆ, ମନୋଜ ତିଓ୍ବାରୀ, ଶିଲା ଦୀକ୍ଷିତ୍‌, ପ୍ରଜ୍ଞା ସିଂ ଠାକୁର୍‌ ପ୍ରମୁଖ ରହିଛନ୍ତି । ୨୦୧୪ ନିର୍ବାଚନରେ ୫୯ଟି ଆସନରୁ ବିଜେପି ୪୪ଟି ଆସନରେ ବାଜିମାତ୍‌ କରିଥିଲା ।  ଚଳିତ ଥର ପଶ୍ଚିମବଙ୍ଗ ଦଖଲ କରିବା ଅଭିପ୍ରାୟରେ ଥିବା ବିଜେପି ଦଳ ପଶ୍ଚିମବଙ୍ଗରେ ଜୋର୍‌ସୋର୍‌ରେ ପ୍ରଚାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଅନ୍ତର୍ଗତ ମଳଡାଙ୍ଗଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ମମତାଙ୍କ ଉପରେ ବର୍ଷିବା ସହିତ ବୁଥ୍‌ ବୁଥ୍‌ ଟିଏମ୍‌ସି ସାଫ୍‌ର ନାରା ଲଗାଇଥିଲେ । ଆସନ୍ତା ମେ ୨୩ ତାରିଖରେ ଭୋଟ୍‌ଗଣତି ଓ ଫଳାଫଳ ଘୋଷଣା ହେବ ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

ବିହାରର ଐତିହାସିକ ସ୍ଥଳୀ ପରିଦର୍ଶନ କଲେ ୨୪ ବିଦେଶୀ ପର୍ଯ୍ୟଟକ

November 4, 2025

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ, ଜାଣନ୍ତୁ ସମୟ

November 4, 2025
BJP Ads
Latest News

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

NDA ନା ମହାଗଠବନ୍ଧନ, ଏଥର ବିହାରରେ କିଏ ଗଠନ କରିବ ସରକାର?: ଜାଣନ୍ତୁ ପ୍ରତ୍ୟେକ ଦଳର ସ୍ଥିତି

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.