ସରିଲା ଛେରା ପହଁରା, ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ଆରମ୍ଭ ହେଲା ରଥଟଣା

Published: Jul 9, 2022, 2:32 pm IST

ପୁରୀ: ତିନିଠାକୁର ରଥାଋଢ ହେବା ପରେ ଆରମ୍ଭ ହୋଇଥିଲା ଛେରା ପହଁରା ନୀତି। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କାର୍ଯ୍ୟ କରିଥିଲେ। ଏହାପରେ ଚାରମାଳ ଫିଟା ଯିବା ପରେ ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ଆରମ୍ଭ ହୋଇଥିଲା ବଡ ଭାଇ ବଳଭଦ୍ରଙ୍କ ରଥଟଣା। ଏଥର ବାହୁଡା ନିତି ନିର୍ଦ୍ଧାରିତ ସମୟ ପୂର୍ବରୁ କରାଯାଇଛି। ଏପରିକି ରଥଟଣା ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି।  ଫଳରେ ଭକ୍ତଙ୍କ ମଧ୍ୟରେ ବେଶ୍‌ ଆନନ୍ଦର ଲହରୀ ଖେଳିଯାଇଛି।

ଆଜି ଭୋର ୪ଟାରୁ ଶ୍ରୀଜୀଉଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ପ୍ରଥମେ ସକାଳୁ ସକାଳୁ ଗୋଟି ପହଣ୍ଡିରେ ରଥରେ ବିଜେ କରିଥିଲେ ଚକ୍ରରାଜ ସୁଦର୍ଶନ। ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ​‌ହୋଇ ତାଳଧ୍ୱଜ ରଥରେ ବିଜେ କରିଥିଲେ। ପରେ ପରେ ଭଉଣୀ ସୁଭଦ୍ରା ଦର୍ପଦଳନରେ ବିଜେ କରିଥିବା ବେଳେ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଥିଲେ।

Related posts