ପ୍ରଧାନମନ୍ତ୍ରୀ ପଦବୀ ନିମନ୍ତେ ମୁଁ ଇଚ୍ଛୁକ ନୁହେଁ କିମ୍ବା ଏହି ଦୌଡରେ ମୁଁ ନାହିଁ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ନରେନ୍ଦ୍ର ମୋଦି ଆମର ନେତା ଏବଂ ତାଙ୍କ ନେତୃତ୍ବରେ ଏନ୍ଡିଏ ମେଣ୍ଟ ସରକାର ଗଠନ କରିବ ବୋଲି ଗଡକରୀ ପ୍ରକାଶ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଦଳ ସହଯୋଗୀ ଦଳଙ୍କ ଉପରେ କମ୍ ନିର୍ଭରଶୀଳ ରହିବା ସହିତ ବହୁମତରେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଗଡକରୀ। ଗଡକରୀ କହିଛନ୍ତି ଯଦି ବି ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରେ ତେବେ ମଧ୍ୟ ଏହା ସହଯୋଗୀ ଦଳମାନଙ୍କୁ ସାଙ୍ଗରେ ନେଇ ଚାଲିବ। ସେହିପରି ଚଳିତ ଲୋକସଭା ନିର୍ବାଚନରେ ଦଳ ଓଡିଶା ପଶ୍ଚିମବଙ୍ଗ ଏବଂ କେରଳରେ ଭଲ ପ୍ରଦର୍ଶନ କରିବ ତେଣୁ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଗଡକରୀ। ସେହିପରି 2019ରେ ଦଳ ଉତ୍ତର ପ୍ରଦେଶରେ ମଧ୍ୟ ଭଲ ସଂଖ୍ୟା ହାସଲ କରିବ ବୋଲି ଗଡକରୀ ପ୍ରକାଶ କରିଛନ୍ତି। ଦେଶରେ ବେକାରୀ ସମସ୍ୟା ନେଇ ଦେଖା ଦେଇଥିବା ସମସ୍ୟାକୁ ସ୍ବୀକାର କରି ଗଡକରୀ କହିଛନ୍ତି ଖୁବ୍ଶୀଘ୍ର ହେବ ଏହି ସମସ୍ୟାର ସମାଧାନ। 70 ବର୍ଷର ସମସ୍ୟା 5 ବର୍ଷରେ ଦୂର ହେବା କଷ୍ଟକର ବ୍ୟାପାର ବୋଲି ଗଡକରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଁ ଇଚ୍ଛୁକ ନୁହେଁ : ନୀତିନ ଗଡକରୀ
Published:
May 10, 2019, 5:43 pm IST
Tags: