ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଅପାଚେ ଆଟାକ୍ ହେଲିକ୍ୟାପ୍ଟର । ଆମେରିକାର ଏରିଜୋନାରେ ବାୟୁସେନାର ଏକ ଏୟାର୍ ମାର୍ଶଲ୍ ଏଏଏସ୍ ବୁଟୋଲାକୁ ଏହି ହେଲିକ୍ୟାପ୍ଟର ହସ୍ତାନ୍ତର କରାଯାଇଛି । ୨୦୧୫ ମସିହାରେ ଭାରତ ଆମେରିକା ସହ ଏହି ହେଲିକ୍ୟାପ୍ଟର ପାଇଁ ଚୁକ୍ତି କରିଥିଲା । ଏହି ଚୁକ୍ତି ଅନୁସାରେ ଭାରତକୁ ୨୨ଟି ହେଲିକ୍ୟାପ୍ଟର ମିଳିବ । ପ୍ରଥମ ବ୍ୟାଚ୍ର ହେଲିକ୍ୟାପ୍ଟରକୁ ଚଳିତ ଜୁଲାଇରେ ଆସିବ । ଅପାଚେ ଆଟାକ୍ ହେଲିକ୍ୟାପ୍ଟରକୁ ଦୁନିଆର ସବୁଠାରୁ ଆଧୁନିକ ଏବଂ ଘାତକ ହେଲିକ୍ୟାପ୍ଟର ବୋଲି କୁହାଯାଏ । ଏହି ହେଲିକ୍ୟାପ୍ଟରର ବିଶେଷତ୍ବ ହେଉଛି ଯେ, ଏଥିରେ ଏକ ସେନ୍ସର ରହିଛି, ଯାହା ରାତିର ଅନ୍ଧକାର ମଧ୍ୟରେ ଉଡାଣ ଭରିବାରେ ସକ୍ଷମ ହେବା ସହିତ ଘଣ୍ଟା ପ୍ରତି ୩୬୫ କିଲୋମିଟର ବେଗରେ ଉଡିପାରିବ । ଏହି ହେଲିକ୍ୟାପ୍ଟର ଭାରତରେ ସାମିଲ୍ ହେବା ପରେ ଆମେରିକା ଭଳି ଭାରତ ମଧ୍ୟ ଆତଙ୍କୀ ଠିକଣାରେ ସହଜରେ ଏୟାର୍ ଷ୍ଟ୍ରାଇକ୍ କରିପାରିବ । ସୂଚନାଯୋଗ୍ୟ ଯେ, ଆମେରିକା ଏହି ହେଲିକ୍ୟାପ୍ଟର ସହାୟତାରେ କୁଖ୍ୟାତ ଆତଙ୍କବାଦୀ ଓସମା ବିନ୍ ଲାଦେନ ଉପରେ ଆକ୍ରମଣ କରିଥିଲା ।
ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଅପାଚେ ହେଲିକ୍ୟାପ୍ଟର
Published:
May 11, 2019, 6:03 pm IST
Tags: