ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୭୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୮୦୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୭୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୩
ବାଲେଶ୍ଵର ଜିଲ୍ଲାରୁ- ୧୧
ବରଗଡ ଜିଲ୍ଲାରୁ- ୧
ଭଦ୍ରକ ଜିଲ୍ଲାରୁ- ୯
ବଲାଙ୍ଗୀରି ଜିଲ୍ଲାରୁ- ୫
ବୌଦ୍ଧ ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ- ୧୧୯
ଦେବଗଡ ଜିଲ୍ଲାରୁ- ୧
ଗଜପତି ଜିଲ୍ଲାରୁ- ୫
ଜଗତସିଂହପୁର ଜିଲ୍ଲାରୁ- ୧୮
ଯାଜପୁର ଜିଲ୍ଲାରୁ- ୧୯
ଝାରସୁଗୁଡା ଜିଲ୍ଲାରୁ- ୯
କଳାହାଣ୍ଡି ଜିଲ୍ଲାରୁ- ୮
କନ୍ଧମାଳ ଜିଲ୍ଲାରୁ- ୧
କେନ୍ଦୁଝର ଜିଲ୍ଲାରୁ- ୫
ଖୋର୍ଦ୍ଧା ଜିଲ୍ଲାରୁ- ୩୦୭
କୋରାପୁଟ ଜିଲ୍ଲାରୁ- ୬
ମାଲକାନଗିରିରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୨୮
ନୟାଗଡ ଜିଲ୍ଲାରୁ- ୧୭
ନୂଆପଡା ଜିଲ୍ଲାରୁ- ୯
ପୁରୀ ଜିଲ୍ଲାରୁ- ୨୮
ରାୟଗଡା ଜିଲ୍ଲାରୁ- ୨
ସମ୍ବଲପୁର ଜିଲ୍ଲାରୁ- ୩୦
ସୋନପୁର ଜିଲ୍ଲାରୁ- ୯
ସୁନ୍ଦରଗଡ ଜିଲ୍ଲାରୁ- ୮୦
ଷ୍ଟେଟ ପୁଲରୁ- ୭୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୬ ହଜାର ୧୩୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୬୯୦ ଏବଂ ବର୍ତ୍ତମାନ ୪୨୬୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।