Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି
ଆଜିର ଖବର

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି
ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

ଭୁବନେଶ୍ୱର: ସମାଜରେ ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ନିଜ ଭିତରେ ପରିବର୍ତନ ଆଣିବା ଆବଶ୍ୟକ। ଆମର ଚିନ୍ତାଧାରା, ଆଚରଣ ଓ କାର୍ଯ୍ୟରେ ସକାରାତ୍ମକତା ଆଣିବା ଜରୁରୀ। ଏହିଭଳି ଏକ ମହତ୍ ଉଦ୍ଦେଶ୍ୟ, ଦୃଢ଼ ସଂକଳ୍ପ ଓ ସମର୍ପିତ ପ୍ରୟାସର ମିଳିତ ପ୍ରତିଫଳନ ‘ଜାଗୋ’ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ।

ସୋଆର ସାମାଜିକ ଓ ସାଂସ୍କୃତିକ କ୍ଲବ ’ଜାଗୋ’ ୨୦ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ଶ୍ରୀମତି ଦାସ।

ଶନିବାର ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ‘ଜାଗୋ’ର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀମତି ଦାସ ଛାତ୍ରଛାତ୍ରୀ ଓ ଜାଗୋ ପରିବାରର ସମସ୍ତ ସଦସ୍ୟମାନଙ୍କୁ ସ୍ନେହ, ଶ୍ରଦ୍ଧା ଓ ଶୁଭ କାମନା ଜଣାଇବା ସହ ଜାଗୋର ମୂଳମନ୍ତ୍ର ‘ଆମେ ବଦଳିବା, ଜଗତ ବଦଳିବ, ଆମେ ସୁଧୁରିବା, ଜଗତ ସୁଧୁରିବ’ କୁ ଊଦ୍ଧୃତ କରି ଏହା ଆମକୁ ପ୍ରେରଣା ଦିଏ ବୋଲି କହିଛନ୍ତି। ସମାଜରେ ସକାରାତ୍ମକ ପରିବର୍ତନ ଆଣିବାର ଏକ ଦୃଢ଼ ସଂକଳ୍ପ ହେଉଛି ଜାଗୋ ବୋଲି ଶ୍ରୀମତି ଦାସ କହିଛନ୍ତି।

ଜ୍ଞାନକୁ ଅନ୍ୟମାନଙ୍କ ସହ ବାଂଟିବା ଦ୍ୱାରା ହିଁ ଜ୍ଞାନର ପ୍ରକୃତ ସାର୍ଥକତା ଆସିଥାଏ ଓ ସମାଜର ମଙ୍ଗଳ ପାଇଁ ଏହା ଉପଯୋଗୀ ହୋଇଥାଏ ବୋଲି ସେ କହିଛନ୍ତି ।
୨୦୦୭ ମସିହାରୁ ଟିମ୍ ଜାଗୋର ପ୍ରତିଷ୍ଠା ହୋଇଥିବା ବେଳେ ଏହା ବସ୍ତିର ଛୋଟଛୋଟ ପିଲାମାନଙ୍କର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି ଏବଂ ସୋଆର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ନିଜର ବୃତିଗତ ଶିକ୍ଷା ସହ ସମାଜର ମଙ୍ଗଳ ପାଇଁ ଏଭଳି ମହାନ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି। ସୋଆ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ନିକଟବର୍ତୀ ବସ୍ତି ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାର ପ୍ରୟାସ କରିଥାନ୍ତି। ନିଜ ପାଠପଢ଼ା ସହ ସେମାନେ ଏଭଳି ମହାନ କାର୍ଯ୍ୟରେ ନିଜକୁ ସାମିଲ କରିଥାନ୍ତି।

ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀମତି ଦାସ କହିଥିଲେ ଯେ ଜାଗୋର ଯାତ୍ରା ଆମର ଗୌରବ, ଜ୍ଞାନ ଆମର ଶକ୍ତି, ସେବା ଆମର ଧର୍ମ ଏବଂ ଏକ ଉତମ ଭବିଷ୍ୟତ ଗଠନ ଆମର ସଂକଳ୍ପ। ତେଣୁ ସମସ୍ତେ ଏକତ୍ରିତ ହୋଇ ଜାଗୋର ଏହି ମହାନ ଯାତ୍ରାକୁ ଆହୁରି ଆଗକୁ ନେବା ସହ ଏକ ସୁନ୍ଦର. ସମୃଦ୍ଧ ଓ ମାନବିକ ଭବିଷ୍ୟତ ଗଠନରେ ସହଭାଗୀ ହେବା ନେଇ ଶ୍ରୀମତି ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ଶିଶୁମାନଙ୍କର ଶାରିରୀକ, ମାନସିକ ଓ ସାମାଜିକ ଉନ୍ନତି କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଏହା ଏକ ଅଭିନବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଆଇଟିଇଆରର ଡିନ୍ ପ୍ରଫେସର ପି.କେ ସାହୁ ଓ ପରୀକ୍ଷା ନିୟନ୍ତ୍ରିକା ପ୍ରଫେସର ମଞ୍ଜୁଳା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଆଇଟିଇଆରର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା ଧନ୍ୟବାଦ ଅର୍ପଣ କରିବା ପରିପ୍ରେକ୍ଷୀରେ ଜାଗୋର ସ୍ୱେଚ୍ଛାସେବୀମାନଙ୍କୁ ପ୍ରୋତ୍ସାହନ ଦେବା ସହ କୁନିକୁନି ପିଲାମାନଙ୍କୁ ସ୍ନେହ ପ୍ରଦାନ କରିଥିଲେ। ଏଭଳି ଲୁକ୍କାୟିତ ପ୍ରତିଭାଙ୍କୁ ବାହାରକୁ ଆଣିବାର ଲକ୍ଷ୍ୟ ନେଇ ପ୍ରୟାସ ଆରମ୍ଭ କରିଥିବା ଟିମ ଜାଗୋ ୧୯ ବର୍ଷ ଅତିକ୍ରମ କରି ୨୦ ବର୍ଷରେ ପାଦ ଥାପିଛି। ଉପଯୁକ୍ତ ଶିକ୍ଷା ଓ ସାମଗ୍ରିକ ବିକାଶ ଜରିଆରେ ସେମାନଙ୍କର ବ୍ୟକ୍ତିତ୍ୱ ନିର୍ମାଣ ପାଇଁ ଟିମ୍ ଜାଗୋ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ୱାରା ଏବଂ ଟିମ୍ ଜାଗୋର ସଦସ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଜାଗୋ ଛାତ୍ରଛାତ୍ରୀମାନଙ୍କୁ ଉପସଭାପତି ଶ୍ରୀମତି ଦାସ ଓ ଅନ୍ୟ ଅତିଥିମାନେ ସ୍କୁଲ ବ୍ୟାଗ ପ୍ରଦାନ କରିଥିଲେ।

ଜାଗୋ ସମାଜ ଦୃଢ଼ ସଂକଳ୍ପ ଶିକ୍ଷା ଓ ଅନୁସନ୍ଧାନ ସକାରାତ୍ମକ ପରିବର୍ତ୍ତନ ସୋଆ ସୋଆ ଉପସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ

October 11, 2026

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026

କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା

October 11, 2026

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026
Latest News

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ

October 11, 2026

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026

କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା

October 11, 2026

ଅକ୍ଟୋବର ୧୧ ତାରିଖ ରାଶିଫଳ: ଆଜି ତିନୋଟି ରାଶି ପାଇଁ ବେଶ ଆନନ୍ଦଦାୟକ, ଆର୍ଥିକ ଲାଭ ସମ୍ଭାବନା

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.