ଟାଇମ୍‌ ମାଗାଜିନ୍‌ର କଭର୍‌ ଷ୍ଟୋରୀ ଉପରେ ବିଜେପିର ପ୍ରତିକ୍ରିୟା

Published: May 11, 2019, 6:09 pm IST
BJP replied on Time magazine headline

ଆମେରିକୀୟ ମାଗାଜିନ୍‌ ଟାଇମ୍‌ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ କଭର ଫଟୋ ସହ ଡିଭାଇଡର୍‌ ଇନ୍‌ ଚିଫ୍‌ ବୋଲି ଟିପ୍ପଣୀ କରିଥିଲା । ତେବେ ଏହା ଉପରେ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି । ପାର୍ଟିର ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଭାଇଡର ନୁହଁନ୍ତି, ବରଂ ସେ ହେଉଛନ୍ତି ଜଣେ ‘ୟୁନିଫାର୍ମର’, ଯିଏ ଦେଶକୁ ଯୋଡ଼ୁଛନ୍ତି । ଜିଏସ୍‌ଟି ସଂସ୍କାର ଆଣିବା ସହିତ ମୁଦ୍ରା ଯୋଜନା ଓ ଆୟୁଷ୍ମାନ ଯୋଜନା ଦ୍ବାରା ଦେଶର ବିକାଶ କରିଛନ୍ତି । ମୋଦିଙ୍କୁ ‘ଦ ଗ୍ରେଟ୍‌ ଗେମ ଚେଞ୍ଚର୍‌ ଅଫ୍‌ ଇଣ୍ଡିଆ’ ବୋଲି ଅଭିହିତ କରିଛନ୍ତି ସମ୍ବିତ । ଏହା ସହିତ ଟାଇମ୍‌ ମାଗାଜିନ୍‌ରେ ଏହି ସମ୍ବନ୍ଧୀୟ ଲେଖା ଜଣେ ପାକିସ୍ତାନ ନାଗରିକ ଲେଖିଛନ୍ତି, ଯାହାର ଲେଖାକୁ ରାହୁଲ୍‌ ଗାନ୍ଧି ଟୁଇଟ୍‌ କରିଛନ୍ତି ବୋଲି ସମ୍ବିତ ପାତ୍ର କହିଛନ୍ତି । ମୋଦି ପାକିସ୍ତାନରେ ଦୁଇ ଦୁଇଟା ସର୍ଜିକାଲ ଷ୍ଟ୍ରାଇକ୍‌ କରିଛନ୍ତି । ପାକିସ୍ତାନ ଭାରତୀୟ ସେନା ଓ ପିଏମ୍‌ ମୋଦିଙ୍କର କିଛି କରିପାରିବ ନାହିଁ, ସେଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ମୋଦିଙ୍କ ଛବିକୁ ମଳିନ କରିବାକୁ ପ୍ରୟାସ କରୁଛି ବୋଲି ସମ୍ବିତ୍‌ ଯୁକ୍ତି ବାଢିଛନ୍ତି ।

Related posts