Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ
ବିଶେଷ ଖବର

ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ

July 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ମଧ୍ୟରେ ବସ୍ତୁ ଓ ସେବା କର (ଜିଏସଟି) କାର୍ଯ୍ୟକାରୀ କରିବା କାରଣରୁ ରାଜ୍ୟମାନଙ୍କର ହୋଇଥିବା ରାଜସ୍ବ ହାନି ବାବଦରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ଯୋଗାଇ ଦେଇଛନ୍ତି। ସମ୍ବିଧାନର ୧୦୧ତମ ସଂଶୋଧନର ଧାରା ୧୮ ଅନୁଯାୟୀ, ଜିଏସଟି ପରିଷଦର ସୁପାରିସ କ୍ରମେ ଏହି ସହାୟତା ଯୋଗାଇ ଦେଇଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ଠାରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷର ଅବଧି ମଧ୍ୟରେ କେନ୍ଦ୍ର ସରକାର ଏହି କ୍ଷତିପୂରଣ ଯୋଗାଇ ଦେଇଛନ୍ତି। ଅନ୍ୟପଟେ ପାଞ୍ଚ ବର୍ଷ ମଧ୍ୟରେ ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ୧୬ହଜାର ୧୬୫ କୋଟି ଟଙ୍କା ମିଳିଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କ୍ଷତିପୂରଣ ଦେବା ଏବଂ ଜିଏସଟି ଅଧୀନରେ ସମ୍ବଳର ବୃଦ୍ଧି ସମ୍ପର୍କରେ ଲକ୍ଷ୍ନୌରେ ଅନୁଷ୍ଠିତ ୪୫ତମ ଜିଏସଟି ବୈଠକରେ ଆଲୋଚନା କରାଯାଇଥିଲା। ପରିଷଦର ନିଷ୍ପତ୍ତି ପରେ ଦୁଇଟି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଜିଏସଟି ପ୍ରଣାଳୀରେ ସଂସ୍କାର ଉପରେ ମନ୍ତ୍ରୀ ଗୋଷ୍ଠୀ ଏବଂ ଦରକୁ ଯୁକ୍ତିସଙ୍ଗତ କରିବା ଲାଗି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଥିଲା। ଦର ଯୁକ୍ତିସଙ୍ଗତ କରିବା ପରେ ଗଠିତ ମନ୍ତ୍ରୀ ଗୋଷ୍ଠୀ ଏହାର ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲା। କେତେକ ଶୁଳ୍କରେ ସଂଶୋଧନ ଏବଂ ଛାଡ଼ ପାଇଁ ସୁପାରିସ କରାଯାଇଥିଲା ଯାହାକି ଚଣ୍ଡିଗଡ଼ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା।

ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ନିରନ୍ତର ଜିଏସଟି ସଂସ୍କାର କାର୍ଯ୍ୟକାରୀ କରିବା କାରଣରୁ ନିକଟରେ ମାସିକ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହାରାହାରୀ ମାସିକ ସକଳ ଜିଏସଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି। ପୂର୍ବ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୧.୧୦ ଲକ୍ଷ କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥିକ ବର୍ଷରେ ଏଥିରେ ୩୭% ବୃଦ୍ଧି ପରିଲକ୍ଷିତ ହୋଇଥିବା ମନ୍ତ୍ରୀ କହିଥିଲେ। ମନ୍ତ୍ରୀ କହିଥିଲେ ଯେ ପାଞ୍ଚ ବର୍ଷର ଅବଧି ଠାରୁ ଅଧିକ ସମୟ ପାଇଁ ଜିଏସଟି କ୍ଷତିପୂରଣ ଦେବା ଲାଗି କେତେକ ରାଜ୍ୟ ଅନୁରୋଧ କରିଥିଲେ।

ମନ୍ତ୍ରୀ ଆହୁରି କହିଥିଲେ ଯେ ଜିଏସଟି (ରାଜ୍ୟମାନଙ୍କୁ କ୍ଷତିପୂରଣ) ଆଇନ, ୨୦୧୭ର ଧାରା ୭ ଅନୁଯାୟୀ, ୧.୭.୨୦୧୭ରେ ଜିଏସଟି ଲାଗୁ ହେବା ପରେ ହୋଇଥିବା ରାଜସ୍ବ ହାନି ବାବଦରେ ୫ ବର୍ଷ ପାଇଁ ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯିବାର ନିୟମ ରହିଛି । ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ସମୟରେ, ୨୦୧୫-୧୬ ମୂଳ ବର୍ଷ ତୁଳନାରେ ବାର୍ଷିକ ୧୪% ଅଭିବୃଦ୍ଧି ହାରରେ ରାଜ୍ୟମାନଙ୍କର ରାଜସ୍ବକୁ ସୁରକ୍ଷା ଦିଆଯାଇଛି। ତଦନୁଯାୟୀ, ସୁରକ୍ଷିତ ରାଜସ୍ବ ବାବଦରେ ଦେଖାଦେଇଥିବା ନିଅଣ୍ଟ ଭରଣା କରିବା  ଲାଗି ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯାଇଛି।

କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ପଙ୍କଜ ଚୌଧୁରୀ ବସ୍ତୁ ଓ ସେବା କର ସମ୍ବିଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.