ବିଷାକ୍ତ ମଦ ପିଇ ହାୱାଡାରେ ୬ ମୃତ୍ୟୁ: ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ

Published: Jul 20, 2022, 1:48 pm IST

ହାୱାଡା: ପଶ୍ଚିମବଙ୍ଗର ହାୱାଡା ଜିଲ୍ଲାରେ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଅନେକ ଲୋକ ଅସୁସ୍ଥ ହୋଇଥିବା ଜଣାପଡିଛି। ଜାଡିବା ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ତଥାପି ମଦ ଦୋକାନର ମାଲିକ ପ୍ରତାପ କରମାକରଙ୍କୁ ପୋଲିସ ଗିରଫ କରିଛି।

ପୋଲିସର ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଏଠାରେ ଥିବା ମାଲିପଞ୍ଚଘୋରା ଅଞ୍ଚଳରେ ଦେଶୀ ମଦ ପିଇବା ପରେ ଅନେକ ଲୋକ ଅସୁସ୍ଥ ହୋଇପଡିଥିଲେ। ଯେଉଁମାନେ ଅସୁସ୍ଥ ହୋଇପଡିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୬ ଜଣ ଆଜି ସକାଳେ ମୃତ୍ୟୁ ବରଣ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି। ଏହି ଘଟଣାରେ ଦୋକାନ ମାଲିକଙ୍କୁ ଗିରଫ କରାଯାଇଛି। ଏହାସହିତ ରାସାୟନିକ ପରୀକ୍ଷା ପାଇଁ କିଛି ମଦର ନମୁନା ପଠାଯାଇଛି।

ଅସୁସ୍ଥ ଥିବା କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଅଧିକାରୀମାନେ ଦୋକାନକୁ ସିଲ୍ କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳର ଲୋକମାନେ ଏହାକୁ ବିରୋଧ କରୁଛନ୍ତି।

Related posts