Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ
ଆଞ୍ଚଳିକ

ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ

July 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ ର ୨୦୨୪-୨୫ ବର୍ଷ ପାଇଁ ନିର୍ବାଚିତ ଗଭର୍ଣ୍ଣର ଯଜ୍ଞାଶୀଶ ମହାପାତ୍ର ମୁଖ୍ୟ ଅତିଥି, ଜିଲ୍ଲା ସେକ୍ରେଟାରୀ ଜେନେରାଲ୍ ମନୋଜ କୁମାର ତ୍ରିପାଠୀ, ଜୋନ୍ ଚେୟାରମ୍ୟାନ ଶାକ୍ୟସିଂହ ପଟ୍ଟନାୟକ ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ନୀରଜ ଝା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

୨୨-୨୩ ବର୍ଷ ପାଇଁ କ୍ଳବର ସଭାପତି ଭାବେ ରବିନାରାୟଣ ପାଲଙ୍କୁ ପୂର୍ବତ୍ତନ ସଭାପତି ଗୋପାଳ ଚନ୍ଦ୍ର ନାୟକ ଦାୟିତ୍ତ୍ବ ହସ୍ତାନ୍ତର କରିଥିଲେ। ସେହିପରି ପୂର୍ବତ୍ତନ ସଂପାଦକ ସଚ୍ଚିଦାନନ୍ଦ ସେଠୀ ନୂତନ ସଂପାଦକ ସୁନୀଲ କୁମାର ପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ନୂତନ ସଭାପତି ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କ ନାମ ଘୋଷଣା କରିଥିଲେ।

ନନ୍ଦକିଶୋର ମିଶ୍ର ଓ ହିମାଂଶୁ କୁମାର ପାତ୍ରଙ୍କୁ ଉପସଭାପତି, ଶ୍ୟାମସୁନ୍ଦର ପୃଷ୍ଟିଙ୍କୁ କୋଷାଧ୍ୟକ୍ଷ ଭାବେ ଏବଂ ବିଭିନ୍ନ କମିଟିର ଚେୟାରମ୍ୟାନ ଭାବେ ବିଜୟ କୁମାର ନନ୍ଦ, ଓମ୍ ପ୍ରକାଶ ଅଗ୍ରୱାଲ, ଡା.ଯୋଗୀନ୍ଦ୍ର ସେନାପତି, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ପ୍ରବୀଣ କୁମାର ଜେନା, ବିଜୟ କୁମାର ବେହେରା, ଗଗନ ବିହାରୀ ବେହେରା, ରବିନ୍ଦ୍ରନାଥ ପ୍ରଧାନ, ସରୋଜିନୀ ଦାଶ, ପଦ୍ମନାଭ ମାଝୀ, ଜଗଦୀଶ ପ୍ରସାଦ ଲାଖୋଟିଆ ଏବଂ ଗୀତା ସେନାପତିଙ୍କ ନାମ ଘୋଷଣା କରାଯାଇଥିଲା।

ଏହି ଅବସରରେ କ୍ଳବ ପକ୍ଷରୁ ଏକ ବୁଲେଟିନ୍ “ସାଳିଆ” ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ଜୁଡିସିଆଲ ଫାଷ୍ଟକ୍ଳାସ ମାଜିଷ୍ଟ୍ରେଟ୍ ଶିବାନୀ ମିଶ୍ର ଏବଂ ବାଣପୁର ଓ ଚିଲିକା ବ୍ଳକ ମଧ୍ୟରେ ଗତ ହାଇସ୍କୁଲ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଅମ୍ଳାନ କୁମାର ଶତପଥିଙ୍କ ପରିଚୟ ସଦସ୍ୟ ବିପ୍ଳବ କୁମାର ମୁଦୁଲି ଦେବାପରେ ସେମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

କ୍ଳବର ନୂତନ ସଭ୍ୟ ଭାବେ ଚାଟାର୍ଡ ଆକାଉଣ୍ଟାଣ୍ଟ ମନୋଜ କୁମାର ଅଗ୍ରୱାଲ ଏବଂ ବ୍ୟବସାୟୀ ସୂର୍ଯ୍ୟନାରାୟଣ ସୁବୁଦ୍ଧିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। କ୍ଳବ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭୂୟସୀ ପ୍ରଶଂସା କରିବା ସହିତ ଚଳିତ ବର୍ଷ ଆହୁରି ଅଧିକ ଜନହିତକର କାର୍ଯ୍ୟ ସବୁ କରିବା ପାଇଁ ପରାମର୍ଶ ଦେଇଥିଲେ। କ୍ଳବର ଅନ୍ୟାନ୍ୟ କାର୍ଯ୍ୟ ସବୁ ସୂଚାରୁରୁପେ କରି ଜୋନ ଓ ଜିଲ୍ଲାକୁ ଯଥା ସମୟରେ ଜଣାଇବା ପାଇଁ ସମ୍ମାନୀତ ଅତିଥି ପରାମର୍ଶ ଦେଇଥିଲେ।

ଏ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଅପରାହ୍ନରେ ବରେଣ୍ୟ ଅତିଥିମାନଙ୍କ ଦ୍ବାରା ମାମୁଁ ଭଣଜା ପାହାଡ ଏବଂ ସାଇ ମନ୍ଦିର ପରିସରରେ କ୍ଳବର ୪ ର୍ଥ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ଯକ୍ରମ ସମ୍ପାଦିତ ହୋଇଥିଲା।

କ୍ଳବର ସଭାପତି ଓ ସଂପାଦକଙ୍କ ସମେତ ସଭ୍ୟ ହିମାଂଶୁ କୁମାର ପାତ୍ର, ସୂର୍ଯ୍ୟନାରାୟଣ ସେନାପତି, କରଣ କୁମାର ପାତ୍ର, ଅଶୋକ କୁମାର ପାତ୍ର ପ୍ରମୂଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅଧିଷ୍ଠାନ ଉତ୍ସବ ବାଣପୁର-ବାଲୁଗାଁ ରୋଟାରୀ କ୍ଳବ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.