ତ୍ରିରଙ୍ଗା ଜାଗାରେ ପାରାଗୁଏ ଦେଶର ପତକା ଲଗାଇ ଟ୍ରୋଲର୍ସଙ୍କ ଶିକାର ହେଲେ ରର୍ବଟ ଭଦ୍ରା

Published: May 13, 2019, 1:38 pm IST

ରବିବାର ଦିନ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ସାତୋଟି ରାଜ୍ୟର ୫୯ଟି ଆସନ ପାଇଁ ଭୋଟ୍‌ଗ୍ରହଣ ହୋଇଥିଲା ।  ଏହି ପର୍ଯ୍ୟାୟରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ତାଙ୍କ ସ୍ଵାମୀ ରବର୍ଟ ଭଦ୍ରା ମଧ୍ୟ ଦିଲ୍ଲୀରେ ଲୋଧୀ ଏଷ୍ଟେଟରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ରବର୍ଟ ଭଦ୍ରା ଟ୍ଵିଟରେ ନିଜର ସେଲ୍ଫି ସେୟାର କରିଥିଲେ। ଏହି ଫଟୋରେ ଭଦ୍ରା ନିଜର କାଳି ଲଗା ଆଙ୍ଗୁଠି ଦେଖାଉଥିବା ନଜର ଆସିଛନ୍ତି। ମାତ୍ର ଭୋଟିଂ ପାଇଁ ଅପିଲ କରିବା ବେଳେ ସେ ଭାରତର ତ୍ରିରଙ୍ଗା ପତାକା ଜାଗାରେ ପାରାଗୁଏର ପତାକା ଲଗାଇଥିଲେ। ଯାହାକୁ ନେଇ ସେ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି । ମାତ୍ର ପରେ ରବର୍ଟ ଭଦ୍ରା ଏହି ଟ୍ଵିଟକୁ ହଟାଇ ଏକ ନୂତନ ଫଟୋ  ସେୟାର କରିଥିଲେ, ଯେଉଁଥିରେ ପାରାଗୁଏର ପତାକା ଜାଗାରେ ଭାରତର ତ୍ରିରଙ୍ଗା ରହିଥିଲା ।

Related posts