Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ଖେଳିପାରନ୍ତି ମିତାଲି ରାଜ, ନିକଟରେ ନେଇଥିଲେ ଅବସର
ଆଜିର ଖବର

ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ଖେଳିପାରନ୍ତି ମିତାଲି ରାଜ, ନିକଟରେ ନେଇଥିଲେ ଅବସର

July 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ୍ ମିତାଲି ରାଜ ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ଖେଳିପାରନ୍ତି। କାରଣ ସେ ନିଜର ଅବସର ପ୍ରତ୍ୟାହାର କରିବାକୁ ସଂକେତ ଦେଇଛନ୍ତି। ୬ ଟି ଦଳକୁ ନେଇ ମହିଳା ଆଇପିଏଲ୍ ଆୟୋଜନ ହୋଇପାରେ, ଯାହା ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ମିତାଲି ଚଳିତ ବର୍ଷ ଜୁନ୍ ରେ ଅବସର ଘୋଷଣା କରିଥିଲେ। ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ଖେଳିବା ପାଇଁ ସେ ତାଙ୍କର ସମସ୍ତ ବିକଳ୍ପ ଖୋଲା ରଖିଛନ୍ତି। ମିତାଲି କହିଛନ୍ତି ଯେ, “ମୁଁ ସେହି ବିକଳ୍ପକୁ ଖୋଲା ରଖୁଛି। ମୁଁ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହିଁ। ମହିଳା ଆଇପିଏଲ ହେବାକୁ ଆଉ କିଛି ମାସ ଅଛି। ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ଅଂଶ ହେବା ଭଲ ହେବ।”

ସେ ଯୁବ ଓପନର୍ ଶେଫାଳୀ ବର୍ମାଙ୍କ ବିଷୟରେ କହିଛନ୍ତି ଯେ, “ମୁଁ ତାଙ୍କ ଖେଳର ଜଣେ ବଡ଼ ପ୍ରଶଂସକ ହୋଇସାରିଛି। ସେ ଏମିତି ଏକ ବ୍ୟାଟ୍ସମ୍ୟାନ, ଯିଏକି ଯେକୌଣସି ଦଳ ବିରୁଦ୍ଧରେ ଆକ୍ରମଣାତ୍ମକ ଶୈଳୀରେ ଖେଳିବାର କ୍ଷମତା ରଖିଛନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସେ ଭାରତୀୟ ରେଳବାଇ ବିପକ୍ଷରେ ଖେଳୁଥିବାର ମୁଁ ଏକ ଘରୋଇ ମ୍ୟାଚରେ ତାଙ୍କୁ ଦେଖିଥିଲି, ସେତେବେଳେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ମୁଁ ତାଙ୍କ ଖେଳର ଏକ ଝଲକ ଦେଖିପାରିଥିଲି, ଯିଏ ତାଙ୍କ ଇନିଂସ ଦ୍ଵାରା ସଂପୂର୍ଣ୍ଣ ମ୍ୟାଚକୁ ବଦଳାଇପାରନ୍ତି।”

ମିତାଲି କହିଛନ୍ତି ଯେ, ଯେତେବେଳେ ସେ ଚ୍ୟାଲେଞ୍ଜର୍ ଟ୍ରଫି (ମହିଳା ଟି -୨୦ ଚ୍ୟାଲେଞ୍ଜ ୨୦୧୯) ର ପ୍ରଥମ ସିଜନରେ ଭେଲୋସିଟି ପାଇଁ ଖେଳିଥିଲେ, ସେତେବେଳେ ସେ ମୋ ଦଳରେ ଥିଲେ ଏବଂ ମୁଁ ଦେଖିଲି ତାଙ୍କ ପାଖରେ ଏପରି ସମ୍ଭାବନା ଅଛି ଯାହା କ୍ୱଚିତ୍ ଦେଖାଯାଏ। ଅବସର ପରେ ସେ ବ୍ୟସ୍ତ ରହିଛନ୍ତି। ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ଜୀବନରେ ନିର୍ମିତ ‘ସାବାସ ମିଥୁ’ରେ ଅଭିନୟ କରିଛନ୍ତି।

ପ୍ରଥମ ସଂସ୍କରଣ ମହିଳା ଆଇପିଏଲ
Share. Facebook Twitter LinkedIn Email WhatsApp Copy Link

Related Posts

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026
Latest News

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.