ଚଳିତ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ମେ ୧୯ ତାରିଖରେ ହେବାକୁ ରହିଥିବାବେଳେ ରାଜନୈତିକ ବାକ୍ ଯୁଦ୍ଧ ଥମିବାର ନାଁ ଥରୁନାହିଁ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଅଲବର୍ ଦୁଷ୍କର୍ମ ଘଟଣାକୁ ନେଇ ମାୟାବତୀଙ୍କୁ ଘେରିଥିବାବେଳେ ଆଜି ମାୟାବତୀ ମୋଦିଙ୍କୁ ପାଲଟା ଜବାବ ଦେଇଛନ୍ତି । ଅଲବର୍ ଘଟଣାକୁ ନେଇ ମୋଦି ନିରବତା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବା ସହିତ ରାଜନୈତିକ ଫାଇଦା ପାଇଁ ମୋଦି ତାଙ୍କ ସ୍ତ୍ରୀଙ୍କୁ ବହିଷ୍କାର କରିଛନ୍ତି ବୋଲି କହିଛନ୍ତି ମାୟାବତୀ । ମୋଦିଙ୍କ ଏଭଳି ପ୍ରବୃତ୍ତି ବିଜେପି ନେତାମାନଙ୍କ ସ୍ତ୍ରୀଙ୍କୁ ସବୁବେଳେ ଭୟଭୀତ କରୁଛି । ବିଜେପି ନେତାମାନଙ୍କ ସ୍ତ୍ରୀ କାଳେ ସେମାନେ ସ୍ବାମୀଙ୍କ ଦ୍ୱାରା ବହିଷ୍କୃତ ହେବେ ବୋଲି ସବୁବେଳେ ଚିନ୍ତାରେ ରହୁଛନ୍ତି ବୋଲି ମାୟାବତୀ କଟାକ୍ଷ କରିଛନ୍ତି। ମାୟାବତୀଙ୍କ ଏଭଳି ମନ୍ତବ୍ୟକୁ ରାଜନୀତି ବେଶ୍ ସରଗରମ ରହିଛି ।
Tags: