ଲୋକାୟୁକ୍ତଙ୍କ ନିକଟରେ ହେଉଥିବା ଅଭିଯୋଗ ଫର୍ମରେ ହେଲା ପରିବର୍ତ୍ତନ

Published: Aug 3, 2022, 6:18 pm IST

ଭୁବନେଶ୍ୱର: ଲୋକାୟୁକ୍ତ,ଓଡିଶାଙ୍କ ଠାରେ କରାଯାଉଥିବା ଅଭିଯୋଗ ଫର୍ମ‘କ’ (Form-A) ରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି । ଜନସାଧାରଣ ଯେପରି ସହଜରେ ଅଭିଯୋଗ ଦାଖଲ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ଓଡିଶା ଲୋକାୟୁକ୍ତ (ଅଭିଯୋଗ ଦାଖଲ ପଦ୍ଧତି) ସଂଶୋଧନ ଅଧିନିୟମ, ୨୦୨୨ ବା Odisha Lokayukta (Procedure of filing Complaint) Amendment Rules,2022) ଦ୍ୱାରା ପୂର୍ବରୁ ବ୍ୟବହୃତ ଫର୍ମରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି ।

ପରିବର୍ତ୍ତିତ ଫର୍ମାଟ୍ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ,ଓଡିଶା ଓ୍ୱେବ୍ ସାଇଟ୍ www.lokayukta.odisha.gov.in ରେ ଅପଲୋଡ୍ କରାଯାଇଥିବା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Related posts