ଚିଲିକା : ବାବା ଚଣ୍ଡୀହର ଦେବ ପିଠ ଦର୍ଶନ କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ

Published: Aug 4, 2022, 4:31 pm IST

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ସ୍ଥିତ ବାବା ଚଣ୍ଡୀହର ଦେବଙ୍କ ମନ୍ଦିରରେ ପହଞ୍ଚି ଚଣ୍ଡିହର ଦେବଙ୍କୁ ଦର୍ଶନ କରିଛନ୍ତି। ଏହା ସହ ସେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ଏହାପରେ ସେ ମନ୍ଦିର ପରିସରରେ ବେଶ୍ କିଛି ସମୟ ଅତିବାହିତ କରିଥିଲେ।

ମନ୍ଦିର ପୂଜକମାନଙ୍କ ସହ ମନ୍ଦିରର ପୂଜା ବିଧି ସଂପର୍କରେ ପଚାରି ଆଲୋଚନା କରିଛନ୍ତି ମନ୍ତ୍ରୀ। ଏହା ସହ ମନ୍ତ୍ରୀ ଉଷା ଦେବୀ ଚଣ୍ଡିହର ଦେବଙ୍କ ନିକଟରେ ରାଜ୍ୟର ଜନ ସାଧାରଣଙ୍କ କଲ୍ୟାଣ ନିମନ୍ତେ ଆଶୀର୍ବାଦ ଭିକ୍ଷା କରିଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଙ୍ଗୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Related posts