ଫ୍ରେଞ୍ଚ ଓପନ୍‌ରୁ ଓହରିଲେ ସାରାପୋଭା

Published: May 16, 2019, 12:31 pm IST
maria decide to withdraw in french open

ଫ୍ରେଞ୍ଚ ଓପନ୍‌ରୁ ଓହରିବା ନେଇ ଘୋଷଣା କରିଛନ୍ତି ମାରିଆ ସାରାପୋଭା । ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଭାବବିହ୍ବଳ ମେସେଜ୍‌ ଜରିଆରେ ଏହି ଘୋଷଣା କରିଛନ୍ତି ଏହି ୩୨ ବର୍ଷୀୟ ଋଷିଆନ୍‌ ଟେନିସ୍‌ ତାରକା । ‘ମୁଁ ପ୍ୟାରିସ୍‌କୁ ବହୁତ ମିସ୍‌ କରିବି ଏବଂ ସଠିକ୍‌ ନିଷ୍ପତ୍ତି ସର୍ବବା ସହଜ ସାଧ୍ୟ ରହି ନଥାଏ ବୋଲି ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ସେୟାର କରିଛନ୍ତି ସାରାପୋଭା । କାନ୍ଧ ଯନ୍ତ୍ରଣା ପାଇଁ ଫ୍ରେଞ୍ଚ ଓପନରୁ ଓହରିଥିବା ସାରାପୋଭା ନିକଟରେ ସମାପିତ ଅଷ୍ଟ୍ରେଲିଆନ ଓପନ୍‌ରେ ୪ର୍ଥ ରାଉଣ୍ଡରେ ଆସଲେଘ ବାର୍ଟିଙ୍କ ନିକଟରୁ ପରାଜିତ ହୋଇଥିଲେ । ଏପ୍ରିଲ୍‌ ମାସ ଆରମ୍ଭରୁ ନିଜର କାନ୍ଧ ଅସ୍ତ୍ରୋପଚାର କରାଇଥିଲେ ସାରାପୋଭା । ୨୦୧୨ଏବଂ ୨୦୧୪ରେ ଏହି ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିବା ସାରାପୋଭା ୨୦୧୮ରେ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ । ବର୍ତ୍ତମାନ ସାରାପୋଭା ବିଶ୍ବ ମାନ୍ୟତାରେ ୩୫ତମ ସ୍ଥାନରେ ରହିଛନ୍ତି । ସୂଚନାଯୋଗ୍ୟଯେ, ଚଳିତ ମାସ ମେ ୨୬ ତାରିଖରୁ ଫ୍ରେଞ୍ଚ ଓପନ ଆରମ୍ଭ ହେବାକୁ ଯାଉଛି ।

Related posts