ରାଜସ୍ଥାନର ଅଲଓ୍ବାରରେ ଗଣଧର୍ଷଣର ଶିକାର ହୋଇଥିବା ପୀଡିତାଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟଙ୍କ ସହିତ ରାହୁଲ ପୀଡିତାଙ୍କୁ ଭେଟିଛନ୍ତି । ଉପ ମୁ୍ଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଏବଂ ଜାତୀୟ ସାଧାରଣ ସଚିବ ଅବିନାଶ ପାଣ୍ଡେ ମଧ୍ୟ ରାହୁଲଙ୍କ ସହିତ ପୀଡିତାଙ୍କୁ ଭେଟିଛନ୍ତି । ପୀଡିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବ ବୋଲି ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏପ୍ରିଲ୍ ୨୬ ତାରିଖରେ ଏହି ଅମାନୁଷିକ ଘଟଣା ଘଟିଥିଲା । ପୀଡିତା ଏବଂ ତାଙ୍କ ସ୍ବାମୀଙ୍କୁ ପାଞ୍ଚ ଜଣ ବ୍ୟକ୍ତି ଏକ ନିଚ୍ଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଘଟଣାକୁ ନେଇ ମେ ୨ ତାରିଖରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ମେ ୪ତାରିଖରେ ଅଭିଯୁକ୍ତ ମାନେ ଦୁଷ୍କର୍ମର ଭିଡିଓ କ୍ଲିପ୍କୁ ଭାଇରାଲ୍ କରିଥିଲେ । ପୋଲିସ୍ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି ।
Tags: