ଚଳିତ ନିର୍ବାଚନରେ ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଆସନ୍ତା ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଶୁକ୍ରବାର ଦିନ ମଧ୍ୟପ୍ରଦେଶର ଖରଗୌଣରେ ଏକ ଜନସଭାକୁ ଉଦ୍ବୋଧନ ଦେଇ ବିଜେପି ଏଥର ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି କହିଛନ୍ତି । ରାଲିରେ ‘ଅବକୀ ବାର ମୋଦି ସରକାର’ର ନାରା ଲଗାଇ କହିଛନ୍ତି ଯେ, – ୩-୪ ଦିନ ହେବ ବିଜେପି ୩୦୦ ପାର କରିବ ବୋଲି ଶୁଣୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୯ ନିର୍ବାଚନ ଅନ୍ୟ ନିର୍ବାଚନ ଠାରୁ ଭିନ୍ନ କାରଣ ଏହି ନିର୍ବାଚନର ନେତୃତ୍ୱ ଜନତା ନେଉଛନ୍ତି। କଂଗ୍ରେସ ଦଳ ଦେଶଦ୍ରୋହ ଆଇନ ଉଛେଦ ପ୍ରସଙ୍ଗ ନେଇ ରାଜନୀତି କରିବାକୁ ଚେଷ୍ଟା କରି ବିଫଳ ହେଲା ଯେହେତୁ ଦେଶବାସୀ କଂଗ୍ରେସକୁ ପ୍ରତ୍ୟାଖାନ କଲେ। ମୋଦୀ କହିଛନ୍ତି, ଯେଉଁମାନେ ଜାମ୍ମୁ କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ କଥା କହୁଛନ୍ତି, ସେମାନଙ୍କୁ ଲୋକମାନେ ଏହି ନିର୍ବାଚନରେ ଦଣ୍ଡ ଦେବେ। ଏହି ଅବସରରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ମୋଦି ।