ବାପୁଙ୍କୁ ଅପମାନିତ କରିଥିବାରୁ ସାଧ୍ବୀଙ୍କୁ ଜୀବନରେ କେବେ କ୍ଷମା ଦେବି ନାହିଁ : ମୋଦି

Published: May 17, 2019, 4:51 pm IST
modi slams prangya for godes controversy

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥରାମ ଗଡ୍‌ସେକୁ ଦେଶଭକ୍ତ କହି ବିବାଦକୁ ଆସିଥିବା ବିଜେପିର ଭୋପାଳ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କ ଆପତ୍ତିଜନକ ବୟାନକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସାଧ୍ବୀ ବାପୁ ଅପମାନିତ କରିଥିବାରୁ ମୋଦି ସାଧ୍ବୀଙ୍କୁ ଜୀବନରେ କେବେ ହେଲେ କ୍ଷମା ଦେବେ ନାହିଁ ବୋଲି କହିଛନ୍ତି । ଗାନ୍ଧିଜୀ କିମ୍ବା ଗଡସେଙ୍କ ସମ୍ପର୍କରେ ବୟାନବାଜି କରିବା ଭୁଲ ବୋଲି କହିଛନ୍ତି ମୋଦି । ସେହିପରି ନେତାମାନଙ୍କର ବୟାନବାଜିକୁ ନେଇ ନିଜର ମତ ରଖି କହିଛନ୍ତି ଯେ, ଏଭଳି ବୟାନ ଦେଉଥିବା ନେତାମାନେ କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ୧୦୦ ଥର ଚିନ୍ତା କରିବା ଦରକାର। କିଛିଦିନ ପୂର୍ବରୁ ରାଜନେତା ତଥା ଅଭିନେତା କମଲ ହାସନ୍‌ ନାଥୁରାମ ଗଡ୍‌ସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ । ଏହାର ଜବାବରେ ଗତକାଲି ସାଧ୍ୱୀ ନିଜର ଏକ ପ୍ରତିକ୍ରିୟାରେ ଗଡସେକୁ ଦେଶଭକ୍ତ ବୋଲି କହିଥିଲେ। ଏହାକୁ ନେଇ ବିବାଦ ଦେଖାଦେବା ପରେ ବିଜେପି ପକ୍ଷରୁ ସାଧ୍ୱୀଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା। ଶେଷରେ ସେ କ୍ଷମା ମାଗିଥିଲେ। ସାଧ୍ବୀଙ୍କ ବୟାନକୁ ନେଇ କଂଗ୍ରେସ ମଧ୍ୟ ବିଜେପିକୁ ଟାର୍ଗେଟ୍‌ କରିଥିଲା ।

Related posts