BREAKING NEWS: ପୁଣିଥରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ବଢିଲା କାର୍ଯ୍ୟକାଳ

Published: Aug 24, 2022, 1:51 pm IST

ଭୁବନେଶ୍ବର: ପୁଣଥରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ। ରାଜ୍ୟ ସରକାର ପୁଣି ଥରେ ତାଙ୍କର କାର୍ଯ୍ୟକାଳ ଆଉ ଛଅ ମାସ ପାଇଁ ବୃଦ୍ଧି କରିଛନ୍ତି। ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପର୍ସନଲ ଆଣ୍ଡ ଟ୍ରେନିଂ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଉ ଛଅ ମାସ ପାଇଁ ଏହି ଦାୟିତ୍ବରେ ରହିବେ।

ସୁରେଶ ମହାପାତ୍ର ଚଳିତ ମାସ ଫେବୃୟାରୀରେ ତାଙ୍କର ଅବସର ସମୟ ହୋଇଯାଇଥିଲା। ହେଲେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକାଳକୁ ଛଅମାସ ପାଇଁ ବୃଦ୍ଧି କରିଥିଲେ। ଫଳରେ ସେ ଚଳିତ ଅଗଷ୍ଟ 31 ତାରିଖରେ ଅବସର ନେଇଥାଆନ୍ତେ। ଏହି ସମୟ ସରିବା ପୂର୍ବରୁ ରାଜ୍ୟ ସରକାର ଆଉ ଏକ ବର୍ଷ ବୃଦ୍ଧି କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ହେଲେ କେନ୍ଦ୍ର ସରକାର ତାହାକୁ ପ୍ରତ୍ୟାଖାନ କରିଦେଇଥିଲେ। ଏହାପରେ ରାଜ୍ୟ ସରକାର ପୁଣି ଛଅମାସ ବୃଦ୍ଧି କରିବା ପାଇଁ ଚିଠି କରିବା ପରେ ତାହା ଅନୁମୋଦନ ହୋଇଛି।

Related posts