ଗତକାଲି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରେସ୍ମିଟ୍ କରିବା ପରେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ବିପକ୍ଷ ସମାଲୋଚନା କରିଛନ୍ତି। ମୋଦିଙ୍କୁ ଆକ୍ରମଣ କରି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି, ମୋଦିଙ୍କ ମନ୍ କୀ ବାତ୍ର ଏହା ଅନ୍ତିମ ଅଧ୍ୟାୟ ପରି ପ୍ରତୀୟମାନ ହେଉଛି। କେବଳ ଫରକ ଏତିକି କି ଏହା ପ୍ରଥମ ଥର ପାଇଁ ରେଡିଓ ପରିବର୍ତ୍ତେ ଟିଭିରେ ପ୍ରସାରିତ ହୋଇଛି। ମୋଦିଙ୍କ ଏହି ପ୍ରେସ୍ମିଟ୍ରେ ମନ୍ କୀ ବାତ୍ ପରି ମୋଦି କେବଳ ନିଜର ମତାମତ ରଖିଥିଲେ, ପ୍ରଧାନ ଜୀ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ ବେଲି ଅଖିଳେଶ କହିଛନ୍ତି। ଅଖିଳେଶଙ୍କ ପରି ଲୋକତାନ୍ତ୍ରିକ ଜନତା ଦଳ ମୁଖ୍ୟ ଶରଦ ଯାଦବ ମଧ୍ୟ ମୋଦିଙ୍କୁ ଆକ୍ରମଣ କରିଛନ୍ତି। ଏହି ପ୍ରେସ୍ମିଟ୍କୁ ମୋଦିଙ୍କ ବିଦାୟକାଳୀନ ପ୍ରେସ୍ମିଟ୍ ବୋଲି କହିଛନ୍ତି ଯାଦବ। ବିଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସାମ୍ନା କରିନଥିଲେ। ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ଏହି ପ୍ରେସ୍ମିଟ୍ରେ ମୋଦୀଙ୍କ ଭାବଭଙ୍ଗୀରୁ ବିଜେପିର ପରାଜୟ ସ୍ପଷ୍ଟ ପ୍ରତୀୟମାନ ହେଉଛି ବୋଲି ଟ୍ବିଟ୍ କରି କହିଛନ୍ତି ଯାଦବ।
ମୋଦିଙ୍କ ପ୍ରେସ୍ମିଟ୍କୁ ‘ମନକୀ ବାତ୍’ର ଅନ୍ତିମ ଅଧ୍ୟାୟ କହି କଟାକ୍ଷ କଲେ ଅଖିଳେଶ
Published:
May 18, 2019, 12:05 pm IST
Tags: