Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦରଦାମ ବୃଦ୍ଧି ପ୍ରତିବାଦର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ତରଫରୁ ପଥପ୍ରାନ୍ତ ସଭା
ଆଜିର ଖବର

ଦରଦାମ ବୃଦ୍ଧି ପ୍ରତିବାଦର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ତରଫରୁ ପଥପ୍ରାନ୍ତ ସଭା

August 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦରଦାମ ବୃଦ୍ଧି ପ୍ରତିବାଦର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ତରଫରୁ ପଥପ୍ରାନ୍ତ ସଭା

ଭୁବନେଶ୍ୱର: ଅତ୍ୟାବଶକୀୟ ଖାଦ୍ୟ ପଦାର୍ଥର ଅହେତୁକ ଦରଦାମ ବୃଦ୍ଧି, ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ତଥା ଛୋଟ ପିଲାମାନଙ୍କର ଖାତା, ପେନସିଲ କଟର ଇତ୍ୟାଦି ଉପରେ ଯେଉଁଭଳି ଭାବରେ ୫% ଜିଏସଟି ଲାଗୁ କରାଯାଇଛି ତାହାର ପ୍ରତିବାଦ କରି ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇନମ୍ବର ପେଟ୍ରୋଲ ପମ୍ପ ସମ୍ମୁଖରେ ଏବଂ ରସୁଲଗଡ଼ ଠାରେ ଥିବା କୁଚିଳାଖାଇ ହାଟ ସମ୍ମୁଖରେ ତଥା ଉତର ନିର୍ବାଚନ ମଣ୍ଡଳୀର ଇନ୍ଦ୍ରଧନୁମାର୍କେଟ, ଡମଣା ହାଟ ଓ ପଦ୍ମକେଶରୀପୁର ହାଟ ପଡ଼ିଆଠାରେ ପଥପ୍ରାନ୍ତ ସଭାମାନ ଅନୁଷ୍ଠିତ ହୋଇଥିଲା।

ଏହି ପ୍ରଥପ୍ରାନ୍ତ ସଭାରେ ପିସିସିର ପୂର୍ବତନ ଉପସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଶିବାନନ୍ଦ ରାୟ, ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ ଓ ଅନ୍ୟ ମାନ୍ୟଗଣ୍ୟ ନେତୃବୃନ୍ଦମାନେ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଦରଦାମ ଓ ବେକାରୀ ସମ୍ବର୍ଦ୍ଧୀୟ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିଲେ। ଦୀର୍ଘ ୮ବର୍ଷ ଭିତରେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟପଦାର୍ଥର ଦରଦାମ ୨୦୧୪ ମସିହା ଠାରୁ ୬୦ ରୁ ୭୦% ବୃଦ୍ଧି ଘଟିଛି। ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ଆଜି ପ୍ରତ୍ୟେକ ପରିବାରକୁ ବହୁ କଷ୍ଟ ଦେଉଛି। ଦେଶର ପାଇକାରୀ ମୁଦ୍ରାସ୍ପିତି ୧୭ ମାସ ଧରି ୭% ରୁ ଅଧିକ ରହୁଛି। ଯାହାକି ଏହା ଅତ୍ୟନ୍ତ ଚିନ୍ତାଜନକ ହୋଇଥିଲେ ମଧ୍ୟ କେନ୍ଦ୍ରର ବିଜେପି ସରକାର ଏଥିରେ ତିଳେମାତ୍ର କର୍ଣ୍ଣପାତ କରୁନାହିଁ।

ଗୋଟେପଟେ ବେକାରୀ ସମସ୍ୟା ଉତ୍କଟ ହୋଇଥିଲା ବେଳେ ଅନ୍ୟପଟେ ମହଙ୍ଗାଇ ମାଡ଼ ଲୋକଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି। ମୋଦି ସରକାର ଆଛାଦିନର ଏବଂ ମହଙ୍ଗାଇକୁ ନିଶ୍ଚିତ କମ୍ କରିବାପାଇଁ ଭରଷା ଦେଇଥିଲା ବେଳେ ତାହା ଏ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଖରେ ଉପଲବ୍ଧ ହେଲା ନାହିଁ ବୋଲି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଥିଲେ। ଯଦି ଜନସାଧାରଣ ଏହି ଦରଦାମରୁ ନିସ୍ତାର ପାଇବାପାଇଁ ଚାହୁଁଛନ୍ତି ଏବଂ ପରିବାରର ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ମିଳୁ ବୋଲି ଆଶା କରୁଛନ୍ତି ତାହାହେଲେ କଂଗ୍ରେସର ହାତମୁଠାକୁ ଟାଣ କରିବାପାଇଁ ପଡ଼ିବ। କଂଗ୍ରେସ ଗରିବ ଖଟିଖିଆ, କୃଷକ, ଶ୍ରମିକ ଏବଂ ନିମ୍ନମଧ୍ୟବିତ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସବୁ ସମୟରେ ଲଢ଼େଇ କରିଛି ଓ କରିବ ମଧ୍ୟ। ଆମ ସମସ୍ତଙ୍କୁ ଏ ଜନବିରୋଧି ସରକାର ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାକୁ ହେବ। ଭାରତବର୍ଷକୁ ରକ୍ଷା କରିବା ସହିତ ଭାରତ ବର୍ଷରୁ ଜନଗଣଙ୍କୁ ମଧ୍ୟ ରକ୍ଷା କରିବାକୁ ପଡ଼ିବ।

ଏହି ସଭାରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀଧର ବଳିଆରସିଂ, ମୋହନ ଜେନା, ମିହିର ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ବହ୍ମାନନ୍ଦ ସାହୁ, ଅକ୍ଷୟ ଦାସ, ଜୟଶ୍ରୀ ପାତ୍ର, ଦେବାଶିଷ ଦାସ, ଦେଓ ପ୍ରସାଦ, ଲୁଲୁ ଏହମ୍ମଦ, ସୌମେନ୍ଦ୍ର ମହାନ୍ତି, ପ୍ରଭାତ ପାଲଟାସିଂ, ସୂର୍ଯ୍ୟକାନ୍ତ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନର ସ୍ଵପ୍ନ ଧୂଳିସାତ: ବାଂଲାଦେଶକୁ ସୁପର ଫୋର୍ ରେ ପହଞ୍ଚାଇଲା ଶ୍ରୀଲଙ୍କା

September 19, 2025

ଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

September 18, 2025

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦଘାଟିତ

September 18, 2025

କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା

September 18, 2025
Latest News

ଆଫଗାନିସ୍ତାନର ସ୍ଵପ୍ନ ଧୂଳିସାତ: ବାଂଲାଦେଶକୁ ସୁପର ଫୋର୍ ରେ ପହଞ୍ଚାଇଲା ଶ୍ରୀଲଙ୍କା

September 19, 2025

ଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

September 18, 2025

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦଘାଟିତ

September 18, 2025

କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା

September 18, 2025

ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଏବଂ ଟି-ସାର୍ଟ ବଣ୍ଟନ କଲେ ରାଜ୍ୟପାଳ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.