ଓମାର ଖୟାମ୍ ଜଣେ ପ୍ରସିଦ୍ଧ ପାର୍ସୀ କବି, ଦାର୍ଶନିକ, ଗଣିତଜ୍ଞ ତଥା ଜ୍ୟୋର୍ତିବିଦ୍ ଥିଲେ । ଗୁଗୁଲ୍ ଆଜି ଓମାର୍ଙ୍କ ୯୭୧ ତମ ଜୟନ୍ତୀ ପାଳନ ଅବସରରେ ଓମାର୍ଙ୍କୁ ଡୁଡୁଲ୍ରେ ସ୍ଥାନିତ କରିଛି । ୧୦୪୮ ମସିହା ମଇ ୧୮ ତାରିଖରେ ପୂର୍ବ ଇରାନ୍ର ନିଶାପୁର୍ଠାରେ ଜନ୍ମଗ୍ରହଣ କରିଥିଲେ । ଖୟାମ୍ ଗଣିତ ଓ ବିଜ୍ଞାନର ଉଦ୍ଭାବନ ରୂପେ ବେଶ୍ ପରିଚିତ । ଏହା ସହିତ ଜଲାଲୀ କ୍ୟାଲେଣ୍ଡରର ପ୍ରଚଳନ ପାଇଁ ମଧ୍ୟ ତାଙ୍କୁ ଶ୍ରେୟ ଦିଆଯାଇଥାଏ । ଏହି କ୍ୟାଲେଣ୍ଡର ଆଜି ବି ଇରାନ୍ ଓ ଆଫଗାନିସ୍ତାନରେ ବ୍ୟବହୃତ କରାଯାଉଛି । ଦାର୍ଶନିକ, ଗଣିତଜ୍ଞ ବ୍ୟତୀତୀ ସାହିତ୍ୟ ଜଗତରେ ଖୟାମ୍ଙ୍କ ଅବଦାନ ଉଲ୍ଲେଖଯୋଗ୍ୟ । ତାଙ୍କ ରଚିତ କବିତା, ରୁବାୟତ୍ ବହୁତ ପ୍ରସିଦ୍ଧ । ଜ୍ୟୋର୍ତିବିଦ୍ ହିସାବରେ ଖୟାମ୍ଙ୍କ ଅବଦାନ ମଧ୍ୟ ଅତୁଳନୀୟ । ଏହା ସହିତ ଆଲ୍ଜେବ୍ରା ପାଇଁ ମଧ୍ୟ ତାଙ୍କର ଯୋଗଦାନ ମହତ୍ତ୍ବପୂର୍ଣ୍ଣ । ୧୧୩୧ ମସିହା ୮୩ ବର୍ଷ ବୟସରେ ଡିସେମ୍ବର ୪ ତାରିଖରେ ଓମାର୍ ଦୁନିଆରୁ ବିଦାୟ ନେଇଥିଲେ ।