Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବର୍ଜ୍ୟ ବସ୍ତୁ ପରିଚାଳନା ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ୩୫୦୦ କୋଟି ଟଙ୍କା ଜରିମାନା
ଜାତୀୟ ଖବର

ବର୍ଜ୍ୟ ବସ୍ତୁ ପରିଚାଳନା ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ୩୫୦୦ କୋଟି ଟଙ୍କା ଜରିମାନା

September 3, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବର୍ଜ୍ୟ ବସ୍ତୁ ପରିଚାଳନା ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ୩୫୦୦ କୋଟି ଟଙ୍କା ଜରିମାନ

ନୂଆଦିଲ୍ଲୀ: ଆଜି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି ଏକ ବଡ ବିଚାର କରି ଏକ ବଡ ରାୟ ଘୋଷଣା କରିଛନ୍ତି। ତାହା ହେଲା କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ଠିକ ନ ଥିବାରୁ ଏକା ଥରେ ଜରିମାନା ୩୫୦୦ କୋଟି ଟଙ୍କା କରାଯାଇଛି। ଏହି ଜରିମାନା ପଶ୍ଚିମ ବଂଗ ସରକାରଙ୍କ ଉପରେ ଲଗାଇଛନ୍ତି ଏନଜିଟି।

ଏହି କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ବାବଦରେ ଯେଉଁ କ୍ଷତି ହେଉଛି ତାହାର ପରିମାଣ ୩୫୦୦ କୋଟି ଟଙ୍କା ଆକଳନ କରାଯାଇଛି ବୋଲି ଏନଜିଟି କହିଛି। ଏହି ୩୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ସରକାର ଦୁଇ ମାସ ମଧ୍ୟରେ ପ୍ରଦାନ କରିବେ ବୋଲି ବେଞ୍ଚ କହିଛନ୍ତି। ଯଦି ଏହାକୁ ଉଲ୍ଲଂଘନ କରାଯାଏ ତେବେ ଅତିରିକ୍ତ କ୍ଷତିପୂରଣ ଦେବା ସଂପର୍କରେ ବିଚାର କରିବାକୁ ପଡିପାରେ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।

ଏନଜିଟି କହିଛନ୍ତି ଯେ, ରାଜ୍ୟରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ଯେତିକି ପରିମାଣର ବାହାରୁଛି ସେହି ପରିମାଣର ଟ୍ରିଟମେଣ୍ଟ କରିବାର ସୁବିଧା ନାହିଁ। ଏହି ଦୁଇଟି ମଧ୍ୟ ଏକ ବଡ ବ୍ୟବଧାନ ରହୁଥିବାରୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ଜରିମାନା ଲଗାଇଛନ୍ତି। ସବୁଜ ପ୍ୟାନେଲ କହିଛନ୍ତି ଯେ ସ୍ୱେରେଜ୍ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉ ନାହାଁନ୍ତି।

ବେଞ୍ଚ ଆହୁରି କହିଛନ୍ତି ଯେ, ସରକାର ୨୦୨୨-୨୦୨୩ ମସିହା ପାଇଁ ରାଜ୍ୟ ବଜେଟ୍ ଅନୁଯାୟୀ ସହରାଞ୍ଚଳ ବିକାଶ ଏବଂ ପୌରପାଳିକା ବ୍ୟାପାରରେ ୧୨,୮୧୮.୯୯ କୋଟି ଟଙ୍କା ବ୍ୟବସ୍ଥା ରହିଛି। ହେଲେ ସେହି ଅନୁସାରେ ସରକାର ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। ଏକ ପ୍ରଦୂଷଣ ମୁକ୍ତ ପରିବେଶ ଯୋଗାଇବା ରାଜ୍ୟ ତଥା ସ୍ଥାନୀୟ ସଂସ୍ଥାର ସାମ୍ବିଧାନିକ ଦାୟିତ୍ବ। ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟାକୁ କୌଣସି ପ୍ରକାରର ଅଣଦେଖା କରା ଯାଇପାରିବ ନାହିଁ। ଏସୁବୁକୁ ଅନୁଧ୍ୟାନ କରି ଏହି ନିଷ୍ପତି ନିଆଯାଇଛି ବୋଲି ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଏ କେ ଗୋଏଲଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି।

ଏନଜିଟି ସୂଚାଇ ଦେଇଛି ଯେ ସହରାଞ୍ଚଳରେ ପ୍ରତିଦିନ ୨,୭୫୮ ନିୟୁତ ଲିଟର ବର୍ଜ୍ୟ ଜଳ ଉତ୍ପନ ହେଉଛି। ହେଲେ ଏହାକୁ ଟ୍ରିଟମେଣ୍ଟ କରିବାକୁ ରାଜ୍ୟ ସରକାର ୪୪ ଟି ଏସଟିପି ସ୍ଥାପନ କରିଛନ୍ତି। ସେଥିରେ ମାତ୍ର ୧୫୦୫.୮୫ ନିୟୁତ ଲିଟର ଟ୍ରିଟମେଣ୍ଟ ହେବା କଥା। ହେଲେ ସେଥିରେ ବର୍ତ୍ତମାନ ମାତ୍ର ୧୨୬୮ ନିୟୁତ ଲିଟର ଟ୍ରିଟମେଣ୍ଟ କରାଯାଉଥିବା ଜଣାଯାଇଛି। ଫଳରେ ୧୪୯୦ ନିୟୁତ ଲିଟର ବର୍ଜ୍ୟ ପାଣି ଟ୍ରିଟମେଣ୍ଟ ହୋଇପାରୁ ନାହିଁ ବୋଲି ଏନଜିଟି କହିଛନ୍ତି। ଅର୍ଥ ଅଭାବରେ ସାଧାରଣ ଲୋକଙ୍କ ଜୀବନ ପ୍ରତି କେବେ ଖେଳି ହେବ ନାହିଁ ବୋଲି ଏନଜିଟି ରୋକଠୋକ କହିଛନ୍ତି।

ଏହି ବେଞ୍ଚ ପୁଣି କହିଛନ୍ତି ଯେ, କୌଣସି କେନ୍ଦ୍ରୀୟ ପାଣ୍ଠି ଆଣିବା ଉପରେ କୈଣସି ଆପତ୍ତି ହୋଇ ନ ପାରେ, ତଥାପି ରାଜ୍ୟର ଦାୟିତ୍ବକୁ ଏଡାଇ ପାରିବା ନାହିଁ କିମ୍ବା ସେହି ବାହାନାରେ ନିଷ୍ପତିରେ ବିଳମ୍ବ କରିପାରିବା ନାହିଁ ବୋଲି ଏଥିରେ କୁହାଯାଇଛି। ବର୍ତ୍ତମାନ ପରିବେଶର କ୍ଷୟକ୍ଷତିକୁ ବିଚାରକୁ ନେଇ ଆମେ ନିଷ୍ପତି କରିଛୁ ଯେ ଶୀଘ୍ର ନିୟମ ପାଳନ କରିବା ବ୍ୟତୀତ ଅତୀତର ଉଲ୍ଲଂଘନ ପାଇଁ ମଧ୍ୟ ରାଜ୍ୟକୁ କ୍ଷତିପୂରଣ ଦେବାକୁ ପଡିବ।

ଦୀର୍ଘ ଦିନ ଧରି ଟ୍ରିବ୍ୟୁନାଲ ଦ୍ୱାରା ସମସ୍ୟାଗୁଡିକ ଚିହ୍ନଟ କରାଯାଇ ତଦାରଖ କରାଯାଇ ଆମେ ଏହି ମତ ରଖିଛୁ। ଆଇନ ଏବଂ ନାଗରିକଙ୍କ ପ୍ରତି ରାଜ୍ୟ ନିଜର କର୍ତ୍ତବ୍ୟ ହୃଦୟଙ୍ଗମ କରି ନିଜ ସ୍ତରରେ ଅଧିକ ମନିଟରିଂ ଗ୍ରହଣ କରିବାର ଏହା ସମୟ ଆସିଛି ବୋଲି ବେଞ୍ଚ କହିଛନ୍ତି। ଆହୁରି କୁହାଯାଇଛି ଯେ, ଉତ୍ପନ ହେଉଥିବା କଠିନ ବର୍ଜ୍ୟବସ୍ତୁକୁ ପୃଥକ କରି ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ତାହାକୁ ପ୍ରକ୍ରିୟାକରଣ ଜରୁରୀ ଅଟେ।

କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରସଙ୍ଗରେ ପରିବେଶ ନିୟମର ଅନୁପାଳନକୁ ଅଧିକ ପ୍ରାଧାନ୍ୟ ଦେବାକୁ ପଡିବ। କଠିନ ଏବଂ ତରଳ ବର୍ଜ୍ୟବସ୍ତୁର ଟ୍ରିଟମେଣ୍ଟ ପାଇଁ ଅନୁପଯୁକ୍ତ ପଦକ୍ଷେପ ଅଭାବରୁ ଗୁରୁତର ଅବହେଳା ଏବଂ ପରିବେଶକୁ କ୍ଷତି ପହଞ୍ଚାଇବା ମାମଲା ଟ୍ରିବ୍ୟୁନାଲ ସାମ୍ନାକୁ ଆସିଛି। ତାହାକୁ ଆଧାର କରି ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏହି ରାୟ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି।

ପଶ୍ଚିମ ବଂଗ
Share. Facebook Twitter LinkedIn Email WhatsApp Copy Link

Related Posts

୭୮ ଦିନ ପାଇଁ ଅପରିବର୍ତ୍ତିତ ରହିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଜାଣନ୍ତୁ ସରକାରଙ୍କ ଯୋଜନା

June 10, 2026

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026
Latest News

୭୮ ଦିନ ପାଇଁ ଅପରିବର୍ତ୍ତିତ ରହିବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଜାଣନ୍ତୁ ସରକାରଙ୍କ ଯୋଜନା

June 10, 2026

କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ପାରିତ ହେଲା ଏକ ସଂକଳ୍ପ

June 10, 2026

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.