Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ : ୫୯ଟି ଆସନ ପାଇଁ ହେବ ଭୋଟ୍‌ଗ୍ରହଣ
ଆଜିର ଖବର

ଆସନ୍ତାକାଲି ଅନ୍ତିମ ପର୍ଯ୍ୟାୟ ମତଦାନ : ୫୯ଟି ଆସନ ପାଇଁ ହେବ ଭୋଟ୍‌ଗ୍ରହଣ

May 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
last phase election held in tomorrow, modi contest from vanarasi
last phase election held in tomorrow, modi contest from vanarasi

ଆସନ୍ତାକାଲି ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଅନୁଷ୍ଠିତ ହେବ । ୨୦୧୯ ଲୋକସଭାର ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୫୯ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏଁ ଆସନ ପାଇଁ ଭୋଟ୍‌ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେଉଛି। ଗତକାଲି ୯୧୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୬ କୋଟିରୁ ଅଧିକ ଭୋଟର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶତ୍ରୁଘ୍ନ ସିହ୍ନା, ରବିଶଙ୍କର ପ୍ରସାଦ, ସନ୍ନି ଦେଓଲଙ୍କ ପରି ହେଭିଓ୍ବେଟ୍‌ଙ୍କ ଭାଗ୍ୟ ପରୀକ୍ଷା କରାଯିବ । ବାରାଣାସୀରୁ ମୋଦି ନିର୍ବାଚନ ଲଢୁଥିବାବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ସପା ତରଫରୁ ଶାଳିନୀ ଯାଦବ ଓ କଂଗ୍ରେସ ତରଫରୁ ଅଜୟ ରାୟ । ସେହିପରି ପାଟନା ସାହିବରୁ କଂଗ୍ରେସ ଶତ୍ରୁଘ୍ନ ସିହ୍ନାଙ୍କୁ ଛିଡ଼ା କରାଇଥିବାବେଳେ ତାଙ୍କ ବିରୋଧରେ ରହିଛନ୍ତି ବିଜେପି ତରଫରୁ ରବିଶଙ୍କର ପ୍ରସାଦ । ମେ ୧୯ ତାରିଖରେ ଅନ୍ତିମ ନିର୍ବାଚନ ସହ ସପ୍ତଦଶ ଲୋକସଭାର ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବ । ଚଳିତ ଥର ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଆସନ୍ତା ମେ ୨୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026
Latest News

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026

ଚିଲିକାରେ ବିଜେପି ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ: ଜଣେ ଗୁରୁତର

February 26, 2026

୪୮ ଘଣ୍ଟା ମଧ୍ୟରେ ବାତିଲ ହେଲେ ବିମାନ ଟିକେଟ୍ ପାଇଁ ଦେୟ ନାହିଁ: ନିୟମ ପରିବର୍ତ୍ତନ କଲା DGCA

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.