ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୫୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୭
ବରଗଡ ଜିଲ୍ଲାରୁ- ୫
ବଲାଙ୍ଗୀରି ଜିଲ୍ଲାରୁ- ୬
ବୌଦ୍ଧ ଜିଲ୍ଲାରୁ- ୨
କଟକ ଜିଲ୍ଲାରୁ- ୨୧
ଦେବଗଡ ଜିଲ୍ଲାରୁ- ୫
ଗଜପତି ଜିଲ୍ଲାରୁ- ୩
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୫
ଯାଜପୁର ଜିଲ୍ଲାରୁ- ୧୦
ଝାରସୁଗୁଡା ଜିଲ୍ଲାରୁ- ୩
କଳାହାଣ୍ଡି ଜିଲ୍ଲାରୁ- ୧
କେନ୍ଦ୍ରପଡା ଜିଲ୍ଲାରୁ- ୧
କେନ୍ଦୁଝର ଜିଲ୍ଲାରୁ- ୭
ଖୋର୍ଦ୍ଧା ଜିଲ୍ଲାରୁ- ୬୭
କୋରାପୁଟ ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୯
ନବରଙ୍ଗପୁର ଜିଲ୍ଲାରୁ- ୧୬
ନୟାଗଡ ଜିଲ୍ଲାରୁ- ୧୨
ନୂଆପଡା ଜିଲ୍ଲାରୁ- ୧୩
ପୁରୀ ଜିଲ୍ଲାରୁ- ୩
ସମ୍ବଲପୁର ଜିଲ୍ଲାରୁ- ୧୪
ସୋନପୁର ଜିଲ୍ଲାରୁ- ୨
ସୁନ୍ଦରଗଡ ଜିଲ୍ଲାରୁ- ୪୦
ଷ୍ଟେଟ ପୁଲରୁ- ୧୫
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୯ ହଜାର ୪୭୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୫୫୦ ଏବଂ ବର୍ତ୍ତମାନ ୧୬୮୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।