Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୀତିର ହାଟରେ ବିକ୍ରୀ ହେଉଛି ହିମାଳୟର ତପସ୍ୟା, କିଏ କିଣିବ, ଆସ!
ବିଶେଷ ଖବର

ରାଜନୀତିର ହାଟରେ ବିକ୍ରୀ ହେଉଛି ହିମାଳୟର ତପସ୍ୟା, କିଏ କିଣିବ, ଆସ!

May 19, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଲାଇଟ, ସାଉଣ୍ଡ, କ୍ୟାମେରା …ଆକ୍ସନ।

ଅଭିନେତା ଏବେ ପୁରା ତୟାର।  ହିମାଳୟର ଗୁମ୍ଫାରେ ବେଦାଗ ଧଳା ବିଛଣା ପଡିଛି। ପୂରା ଗୁମ୍ଫା ଆଲୋକିତ। ଏଇଟା ପୁରାଣ ଯୁଗର ଅନ୍ଧାର ଗୁମ୍ଫା ନୁହଁ। ୟେ ଡିଜିଟାଲ ଇଣ୍ଡିଆର ସେଭେନ ଷ୍ଟାର ଗୁମ୍ଫା। କାନ୍ଥରେ ହ୍ୟାଙ୍ଗର ବି ଲାଗିଛି। ଋଷିମାନେ ତାଙ୍କ କୌପିନୀ ଟାଙ୍ଗିବାକୁ ହ୍ୟାଙ୍ଗର ତ ରଖିଥିବେ ନା! ଅଭିନେତା ବାହାରିଲେ ନିଜ ମେକ ଅପ୍ ନେଇ। ଦେହରେ ଗୈରିକ ବସନ। ଏବେ ପଦ୍ମାସନରେ ବସିବା ପରେ ଆରମ୍ଭ ହେଲା ନାଟକ। ସାରା ଦେଶର ସବୁ ଟେଲିଭିଜନ ଚାନେଲରେ ଅଭିନେତା ଜଣକ ତପସ୍ୟା କରୁଥିବାର ଛବି ଝଲସି ଉଠିଲା। “ଏଇ ଦେଖନ୍ତୁ, ହିମାଳୟରେ ତପସ୍ୟାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆହା, କି କଠୋର ତପସ୍ୟା। ତାଙ୍କ ଆଖପାଖରେକେହି ନାହିଁ।  ସେ ଶିବ ନାମ ଜପୁଛନ୍ତି।“ ଯେମିତି ଭାରତର ସବୁ ସମସ୍ୟା ଓ ସଙ୍କଟ ସେହି ଗୁମ୍ଫାରେ ହିଁ ଆଜି ରାତିରେ ସମାଧାନ ହୋଇଯିବ।

ନିଜକୁ ଗଣମାଧ୍ୟମ ବୋଲି କହୁଥିବା ଟେଲିଭିଜନ ଚାନେଲମାନଙ୍କ ମୁହଁ ରେ ଲଜ୍ଜା ବା ସରମ ବୋଲି କିଛି ନାଇଁ। ଶେଷ ପର୍ଯାୟ ନିର୍ବାଚନର ପ୍ରଚାର ସରିଛି। ଶେଷ ମୂହୁର୍ତ୍ତ ଯାଏ ଟେଲିଭିଜନରେ ନିଜର ଚେହେରା କୁ ବ୍ରାଣ୍ଡ ଭାବରେ ବ୍ୟବହାର କରିବାକୁ ନେତା ଜଣକ ଅଭିନେତା ହୋଇ ନାଟକ କରୁଛି ଓ ସେ ନାଟକର ଅବୈଧ ପ୍ରସାରଣ କରିଚାଲିଛନ୍ତି, ଏ ଦେଶର ଗଣମାଧ୍ୟମ। ଭାରତୀୟ ଗଣତନ୍ତ୍ରରେ ଏତେ ବଡ ଅଭିନେତା ପ୍ରଧାନମନ୍ତ୍ରୀ କେହି କେବେ ଦେଖିନଥିଲେ। ଏ ମହାଶୟ, ନିର୍ବାଚନ ଜିତନ୍ତୁ ବା ହାରନ୍ତୁ, ଏହାଙ୍କୁ ଭାରତର କୌଣସି ସଂବେଦନଶୀଳ ନାଗରିକ କେବେହେଲେ ନିଜର ପ୍ରଧାନମନ୍ତ୍ରୀ ଭାବରେ ଗ୍ରହଣ କରିପାରିବ ନାହିଁ। ତେବେ ୟାକର କିଛି ଭକ୍ତ ଅଛନ୍ତି ଓ ରହିବେ। ଭାରତର ସବୁ ମହାନତା ଭିତରେ ଗୋଟେ କଳଙ୍କ  ହେଉଛି ଏହା ଭଣ୍ଡ ବାବାଜୀ ଓ ମାତାଜୀ ମାନଙ୍କର ଏକ ଦେଶ। ଏଠି ଧର୍ଷଣକାରୀ ଆଶାରାମ ବାପୁ ଓ ରାମ ରହିମର ଭକ୍ତ ଅଛନ୍ତି। ତେଣୁ ଭଣ୍ଡ ନେତାଙ୍କର ଭକ୍ତ ରହିବାରେ କିଛି ଅସୁବିଧା ନାଇଁ। ୩୦% ଭୋଟ ପାଇ ଜଣେ ପ୍ରଧାନମନ୍ତ୍ରୀ ହୋଇଯାଇପାରେ। ନାଟକ ଦେଖି ଭୋଟ ଦେଉଥିବା ଲୋକଙ୍କ ସଂଖ୍ୟା ଆମ ଦେଶରେ କମ ନୁହଁ। ତେଣୁ ନରେନ୍ଦ୍ର ମୋଦୀ ଯେତେଥର ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ଭାରତ ର ଇତିହାସରେ ସେ ଜଣେ ଅଭିନେତା ଭାବରେ ହିଁ ବିଖ୍ୟାତ ହୋଇ ରହିବେ।

ଜଣେ ପ୍ରଧାନମନ୍ତ୍ରୀ ଏ ଦେଶରେ ଧ୍ୟାନ ଓ ତପସ୍ୟା ଭଳି ମହାନ ଅନୁଭବର ବଜାର ଖୋଲି ବସିବା ଯେତିକି ହାସ୍ୟାସ୍ପଦ, ଭାରତୀୟ ସଂସ୍କୃତିର ଉପହାସ ତାହାଠୁ ଅଧିକ ନିନ୍ଦନୀୟ। ଗୋଟେ ସମୟରେ କ୍ଷମତା ଓ ସିଂହାସନକୁ ପଦାଘାତ କରି ଭାରତୀୟ ମନୀଷୀମାନେ ତପସ୍ୟା କରିବାକୁ ଅରଣ୍ୟ ଭିତରକୁ ଯାଉଥିଲେ। ଆଜି କ୍ଷମତା ଦାଖଲ କରିବା ଲାଗି ଗୋଟେ ଲୋକ ତପସ୍ୟାର ନାଟକ କରିବାକୁ କେଦାରନାଥ ଗୁମ୍ଫାକୁ ବ୍ୟବହାର କରୁଛି। ଭାରତୀୟ ଜୀବନବୋଧକୁ ଏହା ଏକ ଦାରୁଣ ଉପହାସ। ନିର୍ବାଚନ ଦିନ ନିଜର ଛବିକୁ ବଜାୟ ରଖିବା ଲାଗି ଏ ପ୍ରକାର ପ୍ରହସନକୁ ଧ୍ୟାନ ଓ ତପସ୍ୟା ବୋଲି ଯେଉଁମାନେ କହୁଛନ୍ତି, ସେମାନେ ବି କମ ନିର୍ଲଜ ନୁହନ୍ତି। ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ନରେନ୍ଦ୍ର ମୋଦୀ ଯେତେ ସବୁ ବିଷ ଉଦ୍ଗାର କରିଛନ୍ତି ଓ ଯେତେ ପ୍ରକାର ମିଛ କହିଛନ୍ତି, ସବୁର ନିର୍ଲଜ ପ୍ରସାରଣ ପରେ, ଆଜି ତପସ୍ୟାର ନାଟକକୁ ମଧ୍ୟ ପ୍ରସାରିତ କରାଯାଉଛି।

ତେବେ ଭାରତୀୟ ଭାବରେ ଆମେ ଗୋଟେ କଥା ଜାଣୁ ଯେ, ଆଧ୍ୟାତ୍ମିକତାର ନାଟକବାଜିରୁ କୌଣସି ମୋକ୍ଷ ମିଳେନାହିଁ। ହୁଏତ, ଏ ନାଟକବାଜିରୁ କିଛି ଭୋଟ ମିଳିଯିବ। କିନ୍ତୁ କାଳ କାଳ ଧରି ପ୍ରଧାନମନ୍ତ୍ରୀ ପଦର ଗରିମା ଲିଭିଯିବ। ନରେନ୍ଦ୍ର ମୋଦୀ ଏ ଦେଶରେ ପ୍ରଧାନମନ୍ତ୍ରୀ ପଦରେ ଭଲ ଅଭିନୟ ହୁଏତ କରିପାରନ୍ତି, ତାଙ୍କୁ ବାସ୍ତବ ପ୍ରଧାନମନ୍ତ୍ରୀ ଭାବରେ ଏ ଦେଶର ଆତ୍ମା କଦାପି ସ୍ଵୀକାର କରିବ ନାହିଁ। ମା ର ମମତାକୁ ଟେଲିଭିଜନ କ୍ୟାମେରା ଆଗରେ ବିକିବା ବେଳେ ହୁଏତ ସେଥିରେ ପୁରା ଅଧିକାର ବୋଲି ଆମେ ଭାବି ନେଉଥିଲୁ। ହେଲେ ଭାରତର ଆତ୍ମା ଧ୍ୟାନ, ତପସ୍ୟା ଓ ଯୋଗର ରାଜନୈତିକ ସଉଦା କରୁଥିବା ନରେନ୍ଦ୍ର ମୋଦୀ, ଏ ଦେଶର ସବୁଠୁ ବଡ ଅଭିନେତା ରୂପେ ଇତିହାସରେ ଜାଗା ପାଇବେ। ତାଙ୍କୁ ନେତା ବୋଲି ତାଙ୍କର ଭକ୍ତଙ୍କ ଛଡା ଆଉ କେହି ଗ୍ରହଣ କରିପାରିବେ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଚୁକ୍ତିଭିତ୍ତିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ କଲେ ନିୟମିତ

March 20, 2026

ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି

March 20, 2026

ପଖାଳ ପ୍ରେମରେ ସାରା ପୃଥିବୀ, ଆମ ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଁଚୁଛି: ମୁଖ୍ୟମନ୍ତ୍ରୀ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.