Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଗଣତନ୍ତ୍ରର ସୁରକ୍ଷାରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ମୁଖ୍ୟ ନିର୍ବାଚନ କମିଶନର
ଜାତୀୟ ଖବର

ଗଣତନ୍ତ୍ରର ସୁରକ୍ଷାରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ମୁଖ୍ୟ ନିର୍ବାଚନ କମିଶନର

September 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗଣତନ୍ତ୍ରର ସୁରକ୍ଷାରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର: ଗଣତନ୍ତ୍ରର ସୁରକ୍ଷା ପାଇଁ ଏହାକୁ ଜନସାଧାରଣ ଓ ନିର୍ବାଚନ ଆୟୋଗ ସହ ସଂଯୋଗ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୁଥ୍‌ସ୍ତରୀୟ ଅଧିକାରୀମାନେ କରିଥାନ୍ତି ବୋଲି ଆଜି ବି.ଏଲ୍‌.ଓ ଇ-ପତି୍ରକାର ଶୁଭାରମ୍ଭ କରି ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର କହିଛନ୍ତି। ଆଭାସୀ ମାଧ୍ୟମରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏହି ବି.ଏଲ୍‌.ଓ ଇ-ପତି୍ରକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୧୦ ଲକ୍ଷ ବୁଥ୍‌ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବି.ଏଲ୍‌.ଓ ଇ-ପତ୍ରିକା କାଗଜ ଶୂନ୍ୟ ମାଗାଜିନ୍‌ ଓ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲ୍‌ରେ ସହଜରେ ଉପଲବ୍ଧ ହେବ। ବୁଥ୍‌ସ୍ତରୀୟ ଅଧିକାରୀମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିିଭିନ୍ନ ପ୍ରକାରର ଅସୁବିଧାଗୁଡ଼ିକର ସହଜ ସମାଧାନ, ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ କୋଣଅନୁକୋଣରେ କାର୍ଯ୍ୟକରୁଥିବା ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଭାବର ଆଦାନପ୍ରଦାନ ଓ ସର୍ବୋପରି ନିର୍ବାଚନ ଆୟୋଗଙ୍କ ସହ ସିଧାସଳଖ ବାର୍ତ୍ତାଳାପ ହୋଇପାରିବ ବୋଲି ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି।

ବି.ଏଲ୍‌.ଓ ଇ-ପତ୍ରିକା ପ୍ରତି ଦୁଇମାସରେ ଥରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହେବ ଓ ଏଥିରେ ନିର୍ବାଚନ ଆୟୋଗ ତଳସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ପଠାଇବା ଓ ତଳସ୍ତରରୁ ଆୟୋଗଙ୍କୁ କାର୍ଯ୍ୟଧାରାର ଫିଡ୍‌ବ୍ୟାକ୍‌ ଓ ସଫଳ କାହାଣୀ ପ୍ରେରଣ ଇତ୍ୟାଦିରେ ବିଶେଷ ସହାୟକ ହୋଇପାରିବ ବୋଲି ନିର୍ବାଚନ କମିଶନର ପ୍ରକାଶ କରିଛନ୍ତି।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ କରି ପ୍ରକାଶିତ ହୋଇଥିବା ଇ-ପତି୍ରକାରେ ଓଡ଼ିଶାର ୭୭-ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୭୦ ବୁଥ୍‌ର ବୁଥ୍‌ସ୍ତରୀୟ ଅଧିକାରୀ ସୁକ୍ରୁ ମାଝୀଙ୍କ ସଫଳ କାହାଣୀ ସ୍ଥାନିତ ହୋଇଛି। ବୁଥ୍‌ସ୍ତରୀୟ ଅଧିକାରୀ ଶ୍ରୀ ସୁକ୍ରୁ ମାଝୀ ୨୭୦ ନମ୍ବର ବୁଥ୍‌ରେ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ମହିଳା ଭୋଟର ପଂଜୀକରଣ ହାର ୧୭%ରୁ ୬୭%କୁ ବୃଦ୍ଧି କରିଥିବାରୁ ଜିଲ୍ଲାର ଶ୍ରେଷ୍ଠ ବି.ଏଲ୍‌.ଓ ଭାବେ ପ୍ରଶଂସିତ ହୋଇଛନ୍ତି।

ଆଜିର ଏହି ବି.ଏଲ୍‌.ଓ ଇ-ପତି୍ରକା ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ ସମେତ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୧୦ ଜଣ ଶ୍ରେଷ୍ଠ ବୁଥ୍‌ସ୍ତରୀୟ ଅଧିକାରୀ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ସଂଘମିତ୍ରା ଶତପଥୀଙ୍କ ସହ ନିର୍ବାଚନ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ନିର୍ବାଚନ କମିଶନର ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026
Latest News

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.