କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

Published: Oct 9, 2022, 12:04 pm IST

ଭୁବନେଶ୍ବର: ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା। ଆଜି ପୁର ପଲ୍ଲୀରେ ଏହି ଦୁଇ ଉତ୍ସବ ବେଶ ଧୂମଧାମରେ ପାଳନ କରାଯାଉଛି। କୁମାରୀମାନେ କୁମାର ପୂର୍ଣ୍ଣିମା ପାଳନ କରି ଚାନ୍ଦ ପୂଜା କରୁଛନ୍ତି। ସେହିପରି ପୂଜା କମିଟମାନେ ଆଜିଠାରୁ ମା ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଛନ୍ତି।

ଏହି ପବିତ୍ର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଟୁଇଟ କରି ସେ କହିଛନ୍ତି ଯେ, ‘ପବିତ୍ର ଲକ୍ଷ୍ମୀପୂଜା ଓ କୁମାର ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମା’ଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।’

Related posts