Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱାଡା ଆଥଲେଟ ବାୟୋଲଜିକାଲ ପାସପୋର୍ଟ ଆଲୋଚନାଚକ୍ର: ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ୱାଡା ଆଥଲେଟ ବାୟୋଲଜିକାଲ ପାସପୋର୍ଟ ଆଲୋଚନାଚକ୍ର: ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ

October 12, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀ ଠାରେ ତିନିଦିବସୀୟ ୱାଡା ଆଥଲେଟିକ ବାୟୋଲଜିକାଲ ପାସପୋର୍ଟ ଆଲୋଚନାଚକ୍ର- ୨୦୨୨ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ଆଲୋଚନାଚକ୍ର ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡା) ଓ ଜାତୀୟ ଡୋପ ପରୀକ୍ଷଣ ଗବେଷଣାଗାର (ଏନଡିଟିଏଲ) ଦ୍ୱାରା ଆୟୋଜିତ ହୋଇଛି। କ୍ରୀଡା ସଚିବ ସୁଜାତା ଚତୁର୍ବେଦୀ, ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନର ମହାନିର୍ଦ୍ଦେଶକ ରିତୁ ସାଇଁ, (ଆଥଲେଟ ବାୟୋଲଜିକଲ ପାସପୋର୍ଟ) ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ସହଯୋଗୀ ନିର୍ଦ୍ଦେଶକ ଡଃ ରିଡ ଆଇକିନ, ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ଏସିଆ/ଓସିଏନିଆ କାର୍ଯ୍ୟାଳୟ ନିର୍ଦ୍ଦେଶକ କାଜୁଗିରୋ ହୟାଶି ଓ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନର ବରିଷ୍ଠ ପ୍ରବନ୍ଧକ ଡଃ ନୋବର୍ଟ ବାମେ ଏହି ଅବସରରେ ଉପସ୍ଥିତ ଥିଲେ।

ଆମେ ନିଜ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଦେଶର ଇତିହାସରେ ପ୍ରଥମ ପାଇଁ ଏବିପି ଆଲୋଚନାଚକ୍ର ଆୟୋଜିତ ହେବା ବେଶ ନିଆରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ କ୍ରୀଡା ପରିଦୃଶ୍ୟରେ ଲଗାତର ନୂଆ ଉଚ୍ଚତା ସ୍ପର୍ଶ କରିଚାଲିଥିବା ଅନୁରାଗ ସିଂହ ଠାକୁର କହିଛନ୍ତି।

ଆଥଲେଟ ବାୟୋଲଜିକଲ ପାସପୋର୍ଟକୁ ଡୋପିଂ ନିରୋଧ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଉପକରଣ ଭାବେ ଅଭିହିତ କରି ଏ ସମ୍ପର୍କିତ ଗବେଷଣା ଦ୍ୱାରା ବିଶ୍ୱ କ୍ରୀଡାରୁ କେବଳ ଡୋପିଂ ଚିହ୍ନଟ ନୁହେଁ ଏହାକୁ ଦୂରେଇବା ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ଠାକୁର କହିଛନ୍ତି। ଏହି ଆଲୋଚନାଚକ୍ର କେବଳ ଏବିପିକୁ ଦୃଢ ଓ ମଜବୁତ କରିବ ନାହିଁ ଡୋପିଂ ବିରୋଧରେ ଆମ ସାମୂହିକ ଲଢେଇ ପାଇଁ ଏକ ବଡ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏହି ସୁଯୋଗର ଉପଯୋଗ କରି କ୍ରୀଡାବିତମାନଙ୍କୁ ତଥା ସମୂର୍ଣ୍ଣ କ୍ରୀଡା ବ୍ୟବସ୍ଥାକୁ ଡୋପିଂ କବଳରୁ ରକ୍ଷା କରିବା ପାଇଁ ସମସ୍ତ ପ୍ରତିଯୋଗୀମାନେ ଜ୍ଞାନ, ଉପକରଣ, ଗବେଷଣା ଓ ବିଶେଷଜ୍ଞମତ ଆହରଣ କରିବାକୁ କେନ୍ଦ୍ର ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଆଲୋଚନାଚକ୍ର ଭାରତରେ ଡୋପିଂ ନିରୋଧୀ କାର୍ଯ୍ୟକ୍ରମ ସୁଦୃଢ କରିବାରେ ସହାୟକ ହେବ।

ଭାରତ ସରକାର ନିକଟରେ ଜାତୀୟ ଡୋପିଂ ନିରୋଧୀ ଅଧିନିୟମ, ୨୦୨୨ ନାମରେ ଡୋପିଂ ନିରୋଧୀ ଆଇନ ପ୍ରସ୍ତୁତ କରିଛନ୍ତି। ବିଶ୍ୱ ଡୋପିଂ ନିରୋଧୀ ଅଭିଯାନ ପ୍ରତି ଏହା ଭାରତର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି। ଏହି ଅଧିନିୟମ ଦେଶରେ ସମସ୍ତ ସ୍ତରରେ ସ୍ୱଚ୍ଛ କ୍ରୀଡା ପାଇଁ ଭାରତ ସରକାରଙ୍କ ଦୃଢ ସଂକଳ୍ପର ଅଭିବ୍ୟକ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି।

ବିଗତ ଏକ ବର୍ଷ ମଧ୍ୟରେ ବିଶ୍ୱ ଡୋପିଂ ନିରୋଧୀ ସଂସ୍ଥାନ (ୱାଡା)କୁ ଅନୁଦାନ ବଢାଇଛୁ ଓ ଆମ ଅନୁଦାନ ଏସିଆରେ ଚତୁର୍ଥ ସର୍ବାଧିକ ବୋଲି ଶ୍ରୀ ଠାକୁର କହିଛନ୍ତି। ସେହିପରି ଆମେ ୟୁନେସ୍କୋ ସ୍ୱେଚ୍ଛାସେବୀ ପାଣ୍ଠିର ପ୍ରମୁଖ ଅବଦାନକାରୀ। ପୋଷକ ତତ୍ତ୍ୱ ସହ ନିଷିଦ୍ଧ ପଦାର୍ଥ ଅନିଚ୍ଛାକୃତ ଭାବେ ସେବନରୁ କ୍ରୀଡାବିତମାନଙ୍କୁ ସୁରକ୍ଷା ପ୍ରଦାନ ସୁନିଶ୍ଚିତ କରିବା ସହ ନାଡା ଜାତୀୟ ଫୋରେନସିକ ସାଇନ୍ସେସ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଓ ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ (ଏଫଏସଏସଏଆଇ) ସହ ମିଳିତ ଭାବେ କାର୍ଯ୍ୟ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଭିନ୍ନକ୍ଷମ କ୍ରୀଡାବିତମାନଙ୍କ ପାଇଁ ସମାବେଶୀ ଆଉଟରିଚ ବିଷୟ ବିକଶିତ ହୋଇଛି। ୟୁନିଭର୍ସଲ ଡିଜାଇନ ଫର ଲର୍ଣ୍ଣିଂ (ୟୁଡିଏଲ) ନୀତିକୁ ଆଧାରିତ ସାଙ୍କେତିକ ଭାଷା ଡୋପିଂ ନିରୋଧୀ ମଡ୍ୟୁଲ କେବଳ ଭାରତର ଭିନ୍ନକ୍ଷମ କ୍ରୀଡାବିତଙ୍କ ପାଇଁ ନୁହେଁ ସାରା ବିଶ୍ୱର କ୍ରୀଡାବିତମାନଙ୍କ ପାଇଁ ଉପଯୋଗୀ। ନାଡା, ଭାରତ ଏସବୁ ସଂସାଧନକୁ ଏସିଆର ଅନ୍ୟ ନାଡୋମାନଙ୍କ ସହ ଶେୟାର କରୁଛି।

ଏହି ଆଲୋଚନାଚକ୍ରରେ ମୁଖ୍ୟ ଚର୍ଚ୍ଚାର ବିଷୟ ରହିବ ବର୍ତ୍ତମାନର ଘଟଣାକ୍ରମ, ସଫଳତା ଓ ଏବିପିର ଆହ୍ୱାନ, ଷ୍ଟେରୋଇଡା ମଡ୍ୟୁଲକୁ ପ୍ରଭାବିତ କରୁଥିବା ବିଶୃଙ୍ଖଳିତ କାରଣର ପ୍ରବନ୍ଧନ, ଏବିପି ପାଇଁ ରଣନୈତିକ ପରୀକ୍ଷଣ ପ୍ରସ୍ତୁତି। ଏବଂ ଏପିଏମୟୁ ମାଧ୍ୟମରେ କ୍ରୀଡାରୁ ଡୋପିଂ ଚିହ୍ନଟ ଓ ନିବାରଣ ପାଇଁ ୱାଡାକୁ ସାହାଯ୍ୟ କରିବ।

ପ୍ରଥମ ୱାଡା ଏବିପି ଆଲୋଚନାଚକ୍ର ୨୦୧୫ରେ ଦୋହା, କାତାର ଠାରେ ଡୋପିଂ ନିରୋଧୀ ଲ୍ୟାବ କାତାର (ଏଡିଏଲକ୍ୟୁ) ଦ୍ୱାରା ଆୟୋଜିତ ହୋଇଥିଲା। ଦ୍ୱିତୀୟ ୱାଡା ଏବିପି ଆଲୋଚନାଚକ୍ର ୨୦୧୮ ଇଟାଲୀର ରୋମ ଠାରେ ଇଟାଲିଆନ ଫେଡେରେସନ ଅଫ ସ୍ପୋର୍ଟସ ମେଡିସିନ (ଏଫଏମଏସଆଇ) ଦ୍ୱାରା ଆୟୋଜିତ ହୋଇଥିଲା। ଏହା ତୃତୀୟ ୱାଡା ଏବିପି ଆଲୋଚନାଚକ୍ର ଓ ଭାରତ ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି। ୫୬ଟି ଦେଶର ଦୁଇ ଶହକୁ ଅଧିକ ପ୍ରତିଯୋଗୀ, ୱାଡା ଅଧିକାରୀ, ବିଭିନ୍ନ ଜାତୀୟ ଡୋପିଂ ନିରୋଧୀ ସଂଗଠନର ପ୍ରତିନିଧି ଓ ବିଶେଷଜ୍ଞ, ଆଥଲେଟ ପାସପୋର୍ଟ ପ୍ରବନ୍ଧନ ୟୁନିଟ (ଏପିଏମୟୁ) ଓ ୱାଡା ମାନ୍ୟତା ପ୍ରାପ୍ତ ଗବେଷଣାଗାରର ପ୍ରତିନିଧି ଓ ବିଶେଷଜ୍ଞ ଏହି ଆଲୋଚନାଚକ୍ରରେ ଭାଗ ନେଉଛନ୍ତି।

ଅନୁରାଗ ସିଂହ ଠାକୁର ଆଲୋଚନାଚକ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.