ପଶ୍ଚିମବଙ୍ଗରେ ପର୍ଯ୍ୟବେକ୍ଷକ ନିଯୁକ୍ତି ବିରୋଧି ଆବେଦନକୁ ସୁପ୍ରିମ୍‌କୋର୍ଟରେ ଖାରଜ

Published: May 21, 2019, 2:48 pm IST

ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ବିରୋଧ କରି ଦାଖଲ କରାଯାଇଥିବା ଯାଚିକାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି । ବାରାକ୍‌ପୁର୍‌ ସଂସଦୀୟ କ୍ଷେତ୍ରର ଜନୈକ ସ୍ବାଧୀନ ପ୍ରାର୍ଥୀ ଏହି ଆବେଦନ କରିଥିଲେ । ଭୋଟ ଗଣତି ସମୟରେ ଦୁଇ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ କେନ୍ଦ୍ରୀୟ ପୋଲିସର ଜନୈକ ଅଧିକାରୀ ପର୍ଯ୍ୟବେକ୍ଷକ ଭାବରେ ଉପସ୍ଥିତ ରହିବେ । ସ୍ବାଧୀନ ଭାବରେ ନିର୍ବାଚନ ଲଢୁଥିବା ରାମୁ ମଣ୍ଡୀ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତିକୁ ବିରୋଧ କରି ଏକ ଯାଚିକା ଦାୟର କରିଥିଲେ । ଅରୁଣ ମିଶ୍ରା ଏବଂ ଏମ୍‌ ଆର ଶାହଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଯାଚିକାକୁ ଖାରଜ କରି ଦେଇଥିଲେ । ସୁପ୍ରିମ୍‌କୋର୍ଟରେ ମଣ୍ଡୀଙ୍କ ଯାଚିକା ଖାରଜ ହେବା ପରେ କୋଲକାତା ହାଇକୋର୍ଟରେ ପୁନର୍ବାର ଆବେଦନ କରିବା ନେଇ ସୂଚନା ଦେଇଛନ୍ତି ।

Related posts