ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଅଖିଳେଶ ମୁଲାୟମଙ୍କୁ ସିବିଆଇର କ୍ଲିନ୍‌ଚିଟ୍‌

Published: May 21, 2019, 2:47 pm IST
Disproportionate assets case: CBI gives clean chit to Mulayam and Akhilesh

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ବରିଷ୍ଠ ରାଜନେତା ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ପ୍ରତୀକ ଯାଦବଙ୍କୁ ସିବିଆଇ କ୍ଲିନ୍‌ଚିଟ୍‌ ଦେଇଛି। ସିବିଆଇ ପକ୍ଷରୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇ ସ୍ପଷ୍ଟ କରାଯାଇଛି। ସତ୍ୟପାଠରେ କୁହାଯାଇଛି ଯେ, ଅଭିଯୋଗ ଉପରେ ସିବିଆଇ ପକ୍ଷରୁ ପ୍ରାରମ୍ଭିକ ତଦନ୍ତ କରାଯାଇଥିଲା। କିନ୍ତୁ କୌଣସି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରାଯାଇଥିବା ନେଇ କିଛି ପ୍ରମାଣ ମିଳି ନ ଥିଲା। ତେଣୁ ଅଭିଯୋଗକୁ ଏତଲାରେ ପରିବର୍ତ୍ତନ କରାଯାଇ ନ ଥିଲା। ଏ ନେଇ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ(ସିଭିସି)ଙ୍କୁ ୨୦୧୩ରେ ରିପୋର୍ଟ ଦିଆଯିବା ପରେ ତଦନ୍ତକୁ ବନ୍ଦ କରିଦିଆଯାଇଥିଲା।

Related posts