ସରୁଛି ‘ଗୋଲ୍ଡେନ ଲ୍ୟାଣ୍ଡ’ ଜମାକାରୀଙ୍କ ସମୟ ଅବଧି, ଶୀଘ୍ର କରନ୍ତୁ ପ୍ରମାଣ ପତ୍ର ଦାଖଲ: ଚିଲିକା ତହସିଲଦାର

Published: Oct 19, 2022, 9:41 am IST

ଚିଲିକା: ‘ଗୋଲ୍ଡେନ ଲ୍ୟାଣ୍ଡ’ ହିତାଧିକାରୀଙ୍କ ପାଇଁ ବଡ ଖବର। ଯେଉଁ ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡର ଜମାକାରୀମାନେ ଅନଲାଇନରେ ପଞ୍ଜିକରଣ କରିଥିଲେ, ସେମାନେ ଖୁବ ଶୀଘ୍ର ନିଜର ନଜର କାଗଜ ପତ୍ର ଆରଆଇ ଅଫିସରେ ଜମା କରିବା ପାଇଁ କୁହାଯାଇଛି। ରାଜ୍ୟସରକାର ଦେଇଥିବା ସମୟର ଅବଧି ଶେଷ ହେଇଆସୁଥିବାରୁ, ଯଥା ଶୀଘ୍ର ଆରଆଇ ଅଫିସରେ ପଞ୍ଜିକରଣ କାଗଜ, ବଣ୍ଡ ପେପର, ଟଙ୍କା ରସିଦ୍, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଇତ୍ୟାଦିର ନକଲ ଆରଆଇ ଅଫିସରେ ଜମା କରିବା ପାଇଁ ହିତାଧିକାରୀମାନଙ୍କୁ ଚିଲିକା ତହସିଲଦାର ନିବେଦନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚିଟଫଣ୍ଡ ଯାଞ୍ଚ ଗତ ମାସରୁ ପ୍ରତି ଆରଆଇ ଅଫିସରେ ଆରମ୍ଭ ହୋଇସାରିଛି। କିନ୍ତୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ଏହା ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ ହୋଇଯିବ। ଯଦି ସରକାର ପୁଣିଠାରେ ଅନୁମତି ଦେବେ, ତେବେ ଏହାର ସମୟ ଅବଧି ବଢିପାରେ। ତଥାପି ବର୍ତ୍ତମାନ ସମୟ ଅବଧି ପୂର୍ବରୁ ନିଜ ନିଜର ପ୍ରମାଣ ପତ୍ର ଜମା କରିବା ପାଇଁ ଚିଲିକା ତହସିଲଦାର କହିଛନ୍ତି। ଏଥିପାଇଁ ଲୋକମାନେ ସହଯୋଗ କରିବା ଲାଗି ଚିଲିକା ତହସିଲଦାର ଅନୁରୋଧ କରିଛନ୍ତି।

Related posts