ଜଳନ୍ଧରରେ ନିୟମ ବର୍ହିଭୂତ କାର୍ଯ୍ୟ ହୋଇନାହିଁ : ନିର୍ବାଚନ କମିଶନ

Published: May 22, 2019, 12:52 pm IST
there is nothing wrong happened in jalandhar

ଜଳନ୍ଧରର ଭୋଟ ଗଣନା କେନ୍ଦ୍ରରେ କୌଣସି ନିୟମର ଉଲ୍ଲଂଘନ ହୋଇନାହିଁ ବୋଲି ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜନୈକ ପ୍ରାର୍ଥୀ କିଛି ଲୋକଙ୍କୁ ନିଜ ଲାପ୍‌ଟପ୍‌ ସହିତ ଷ୍ଟ୍ରଙ୍ଗରୁମ୍‌ରେ ପ୍ରବେଶ କରିଥିବାର ଦେଖିଥିବା ନେଇ ଅଭିଯୋଗ କରିଥିଲେ । ବିଏସ୍‌ପି ପ୍ରାର୍ଥୀ ବଲଓ୍ବିନ୍ଦର କୁମାର ଇଭିଏମ୍‌ ରଖାଯାଇଥିବା ଷ୍ଟ୍ରଙ୍ଗରୁମ୍‌ରେ କିଛି ଲୋକ ପ୍ରବେଶ କରିବା ଦେଖିଥିବା ନେଇ ତୁରନ୍ତ ଡେପୁଟି କମିଶନରଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ପରେ ପଞ୍ଜାବ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ କରୁଣା ରାଜୁ ମାମଲାର ତଦନ୍ତ କରିବା ସହିତ ସ୍ପଷ୍ଟୀକରଣ ରଖିଥିଲେ । ଷ୍ଟ୍ରଙ୍ଗରୁମ୍‌ରେ ପ୍ରବେଶ କରିଥିବା ବ୍ୟକ୍ତି ମାନେ ଭୋଟ ଗଣତି ପାଇଁ ଆସିଥିବା ଟିମ୍‌ର ସଦସ୍ୟ ଏବଂ ଗଣତି ପୂର୍ବରୁ ପ୍ରଶିକ୍ଷଣ ନିମନ୍ତେ ଷ୍ଟ୍ରଙ୍ଗରୁମ୍‌କୁ ଯାଇଥିଲେ ବୋଲି କରୁଣା ରାଜୁ ମତ ରଖିଛନ୍ତି ।

Related posts