Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାରଗିଲ୍ ଠାରେ ସଶସ୍ତ୍ର ସେନା ବାହିନୀ ସହିତ ଦୀପାବଳି ଉତ୍ସବ ପାଳନ କଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

କାରଗିଲ୍ ଠାରେ ସଶସ୍ତ୍ର ସେନା ବାହିନୀ ସହିତ ଦୀପାବଳି ଉତ୍ସବ ପାଳନ କଲେ ପ୍ରଧାନମନ୍ତ୍ରୀ

October 24, 2022No Comments8 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାହସୀ ଯବାନ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , କାରଗିଲ୍‌ର  ମାଟି ପ୍ରତି ସମ୍ମାନ ତାଙ୍କୁ ସର୍ବଦା ସଶସ୍ତ୍ର ବାହିନୀର ସାହସୀ ପୁଅ ଓ ଝିଅ ମାନଙ୍କ ପ୍ରତି ଆକର୍ଷିତ କରିଥାଏ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବର୍ଷ ବର୍ଷ ଧରି ଆପଣ ମାନେ ମୋ ପରିବାରର ଏକ ଅଂଶ ହୋଇ ରହି ଆସିଛନ୍ତି । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ, ଯବାନ ମାନଙ୍କର ଉପସ୍ଥିତିରେ ଦୀପାବଳିର ମଧୁରତା ବୃଦ୍ଧି ପାଇଥାଏ ଏବଂ ସେମାନଙ୍କ ମଧ୍ୟରେ ରହିଥିବା ଦୀପାବଳିର ଆଲୋକ ସେମାନଙ୍କର ଉତ୍ସାହକୁ ଅଧିକରୁ ଅଧିକୁ କରିଥାଏ । ଗୋଟିଏ ପକ୍ଷରେ, ମାତୃଭୂମି ପ୍ରତି ଭଲ ପାଇବା ରହିଥିବା ବେଳେ, ଅନ୍ୟ ପକ୍ଷରେ ସାହସୀ ଯବାନ ମାନେ ଏଠାରେ ଅଛନ୍ତି । ମୁଁ ଅନ୍ୟ କୌଣସି ସ୍ଥାନରେ ଏପରି ଦୀପାବଳି ଆଶା କରି ନଥାଏ ” । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଆମର ପରମ୍ପରା ତଥା ସଂସ୍କୃତିର ଏକ ଅଂଶ ହୋଇଥିବା ସାହସ ଏବଂ ସାହସିକତାର ଊତ୍ସବ ଭାରତ ଆନନ୍ଦ ସହକାରେ ପାଳନ କରେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି କାରଗିଲ୍‌ର ବିଜୟ ଭୂମିରୁ, “ ମୁଁ ଭାରତ ତଥା ସାରା ବିଶ୍ୱର ସମସ୍ତଙ୍କୁ ଦୀପାବଳି ଉତ୍ସବ ପାଇଁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ।”

ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ, ପାକିସ୍ତାନ ବିରୋଧରେ ଏପରି କୌଣସି ଯୁଦ୍ଧ ହୋଇ ନାହିଁ ଯେତେବେଳେ କାରଗିଲ୍ ବିଜୟୀ ହେବା ପରେ ତ୍ରିରଙ୍ଗା ପତାକାକୁ ସେଠାରେ ଉଡାଇ ନାହିଁ । ଆଜିର ଦୁନିଆରେ ଭାରତର ଇଚ୍ଛା ବିଷୟରେ ପ୍ରଧାନମନ୍ତ୍ରୀ ଟିପ୍ପଣୀ କରି କହିଥିଲେ ଯେ, ଆଲୋକର ପର୍ବ ବର୍ତ୍ତମାନ ସମୟର ଭୂ – ରାଜନୈତିକ ଦୃଶ୍ୟପଟ୍ଟରେ ଶାନ୍ତି ଏବଂ ସମୃଦ୍ଧତାର ପଥକୁ ଆଲୋକିତ କରିବ । ଦୀପାବଳି ପର୍ବର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ,  “ଏହା ହେଉଛି ଆତଙ୍କବାଦ ଶେଷ ହେବାର ପର୍ବ ।” ଦୀପାବଳି ପର୍ବକୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ କାରଗିଲ୍ ଠିକ୍ ସେହିପରି କରିଥିଲା ଏବଂ ସେହି ବିଜୟର ଉତ୍ସବକୁ ଆଜି ମଧ୍ୟ ସ୍ମରଣ କରା ଯାଇଥାଏ ।”

ପ୍ରଧାନମନ୍ତ୍ରୀ ମନେ ପକାଇ ଥିଲେ ଯେ, ସେ କାରଗିଲ୍ ଯୁଦ୍ଧର ସାକ୍ଷୀ ଥିଲେ ଏବଂ ସେ ଏହି ଯୁଦ୍ଧକୁ ଅତି ନିକଟରୁ ଦେଖିଥିଲେ । ଯେତେବେଳେ ସେ ଯୁଦ୍ଧ ସମୟରେ ଶତ୍ରୁ ମାନଙ୍କୁ ଉପଯୁକ୍ତ ଯବାକ ଦେଉଥିବା ଯବାନ ମାନଙ୍କ ସହିତ ସମୟ ବିତାଇବାକୁ ଏଠାକୁ ଆସିଥିଲେ ସେତେବେଳ ସମୟର ପ୍ରଧାନମନ୍ତ୍ରୀଙ୍କର ୨୩ ବର୍ଷ ପୁରୁଣା ଫଟୋଗ୍ରାଫ ଗୁଡିକରର ସଂରକ୍ଷଣ କରି ରଖିବା ତଥା ତାହାକୁ ପ୍ରଦର୍ଶନ କରିଥିବା ଯୋଗୁଁ ସେ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଥିଲେ ଯେ, “ଜଣେ ସାଧାରଣ ନାଗରିକ ଭାବରେ ମୋର କର୍ତ୍ତବ୍ୟ ପଥ ମୋତେ ଯୁଦ୍ଧ କ୍ଷେତ୍ରକୁ ନେଇ ଯାଇଥିଲା ।” ପ୍ରଧାନମନ୍ତ୍ରୀ ଏହା ମଧ୍ୟ ମନେ ପକାଇଥିଲେ ଯେ, ସେ ଦେଶବାସୀ ମାନଙ୍କ ଦ୍ୱାରା ଏକତ୍ରିତ କରା ଯାଇଥିବା ସାମଗ୍ରୀ ଏଠାକୁ ନେଇ ଆସିଥିଲେ ଏବଂ ଏହା ତାଙ୍କ ପାଇଁ ପୂଜାର ମୁହୂର୍ତ୍ତ ଥିଲା ବୋଲି ସେ କହିଥିଲେ । ସେହି ସମୟର ବାତାବରଣ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ଏହା ଆହ୍ୱାନ ଥିଲା ଯେ, ସେ ନିଜର ମନ, ଶରୀର ଏବଂ ଆତ୍ମାକୁ ଏହି ଉଦ୍ଦେଶ୍ୟ ନିମନ୍ତେ ସମର୍ପିତ କରନ୍ତୁ, ଏବଂ ବିଜୟର ଆନନ୍ଦ ଆମ ଚାରିପାଖରେ ପ୍ରାଣ ଭରି ଦେଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ଯେଉଁ ଭାରତକୁ ସମ୍ମାନ ଦେଉଛୁ ତାହା କେବଳ ଏକ ଭୌଗୋଳିକ ଅଂଚଳ ନୁହେଁ ବରଂ ଜୀବନ୍ତ ଆତ୍ମା, ନିରନ୍ତର ଚେତନା, ଅମର ଅସ୍ତିତ୍ୱ ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, “ଯେତେବେଳେ ଆମେ ଭାରତ ବିଷୟରେ କିଛି କହିଥାଉ, ଭାରତର ସଂସ୍କୃତିର ଅନନ୍ତ ଚିତ୍ର ଆମ ସାମ୍ନାକୁ ଆସେ, ଐତିହ୍ୟର ଚକ୍ର ନିଜକୁ ନିର୍ମାଣ କରିଥାଏ ଏବଂ ଭାରତର ଶକ୍ତିର ମଡେଲ ବୃଦ୍ଧି ପାଇବାରେ ଲାଗିଥାଏ ।” ସେ ଆହୁରି ମଧ୍ୟ କହିଥିଲେ ଯେ ଭାରତ ହେଉଛି ଏପରି ଏକ ଅସ୍ତ୍ରଶସ୍ତ୍ର ଗୁଡିକର ପ୍ରବାହ ଯାହା ଗୋଟିଏ ପଟେ ଆକାଶ – ଉଚ୍ଚ ହିମାଳୟରୁ ଆରମ୍ଭ ହୋଇ ଭାରତ ମହାସାଗରକୁ ଘେରି ରହିଥାଏ । ପ୍ରଧାନମନ୍ତ୍ରୀ ମନେ ପକାଇ ଥିଲେ ଯେ ଅତୀତର ଅନେକ ସମୃଦ୍ଧ ସଭ୍ୟତା ଗୁଡିକ ବାଲି ଶଯ୍ୟାରେ ପରିଣତ ହୋଇଥିଲା କିନ୍ତୁ ଭାରତର ସାଂସ୍କୃତିକ ସ୍ରୋତର ଅସ୍ତିତ୍ୱ ନିରବଚ୍ଛିନ୍ନ ରହିଛି । ସେ ସ୍ପଷ୍ଟ କରିଥିଲେ ଯେ , ଯେତେବେଳେ ଦେଶର ସାହସୀ ପୁଅ ଓ ଝିଅ ମାନେ ସେମାନଙ୍କର ଶକ୍ତି ଏବଂ ସମ୍ବଳ ଗୁଡିକ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଦେଖାନ୍ତି ସେତେବେଳେ ଏକ ଦେଶ ଅମର ହୋଇ ଯାଇଥାଏ ।

କାରଗିଲ୍‌ର ଯୁଦ୍ଧ କ୍ଷେତ୍ର ଭାରତୀୟ ସେନା ମାନଙ୍କର ସାହସର ଏକ ଜୀବନ୍ତ ପ୍ରମାଣ ଅଟେ । ଶ୍ରୀ ମୋଦୀ କହିଥିଲେ ଯେ, “ଦ୍ରାସ୍‌, ବାଟାଲିକ୍ ଏବଂ ଟାଇଗର ହିଲ୍ ହେଉଛି ଏହି କଥାର ପ୍ରମାଣ ଯେ ପର୍ବତ ଉପରେ ବସିଥିବା ଶତ୍ରୁ ମାନେ ଭାରତୀୟ ସଶସ୍ତ୍ର ବାହିନୀର ସାହସ ଏବଂ ବୀରତ୍ୱ ଆଗରେ ବହୁତ କ୍ଷୁଦ୍ର ହୋଇ ଯାଇଥିଲେ । ସେ କହିଥିଲେ ଯେ ଯେଉଁମାନେ ଭାରତର ସୀମା ପରିଚାଳନା କରୁଛନ୍ତି ସେମାନେ ହେଉଛନ୍ତି ଭାରତର ନିରାପତ୍ତାର ସ୍ଥାୟୀ ସ୍ତମ୍ଭ । ସେ ଆହୁରି ମଧ୍ୟ କହିଥିଲେ ଯେ, ସେତେବେଳେ ଏକ ଦେଶ ସୁରକ୍ଷିତ ହୋଇଥାଏ, ଯେତେବେଳେ ଏହାର ସୀମା ସୁରକ୍ଷିତ ହୋଇଥାଏ, ଏହାର ଅର୍ଥନୀତି ଦୃଢ଼ ହୋଇଥାଏ ଏବଂ ସମାଜ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଥାଏ ।

ଯେତେବେଳେ ଆମେ ଦେଶର ଶକ୍ତି ବିଷୟରେ ଖବର ଶୁଣିଥାଉ, ସେତେବେଳେ ସମଗ୍ର ଦେଶର ମନୋବଳ ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ଦେଶବାସୀ ମାନଙ୍କ ମଧ୍ୟରେ ଏକତାର ଭାବନା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ମିଶନ ଏବଂ ବିଦ୍ୟୁତ୍ ସେବା ପ୍ରଦାନ ଓ ଜଳ ଯୋଗାଣ ସହିତ ପକ୍କା ଗୃହ ଗୁଡିକର ଠିକ୍ ସମୟରେ ବିତରଣର ଉଦାହରଣ ଦେଇଥିଲେ ଏବଂ ଦେଶର ପ୍ରତ୍ୟେକ ଯବାନ  ଏଥି ପାଇଁ ଗର୍ବ ଅନୁଭବ କରିଥାନ୍ତି ବୋଲି କହିଥିଲେ । ସେ କହିଥିଲେ ଯେ ବହୁ ଦୂରରେ ରହିଥିବା ଯବାନ ମାନଙ୍କ ଘରେ ଯେତେବେଳେ ଏହି ସେବା ପହଂଚେ, ସେତେବେଳେ ଏହା ସେମାନଙ୍କୁ ସନ୍ତୁଷ୍ଟି ପ୍ରଦାନ କରିଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳେ ଜୱାନ ସଂଯୋଗୀକରଣ ସମ୍ପର୍କରେ ଜାଣିଥାନ୍ତି , ସେତେବେଳେ ସେମାନଙ୍କୁ ଘରକୁ ଫୋନ୍ କରିବା ସହଜ ହୋଇଥାଏ ଏବଂ ଛୁଟି ସମୟରେ ଘରକୁ ଯିବା  ମଧ୍ୟ ସହଜ ହୋଇଥାଏ । ସେ ମଧ୍ୟ ୭- ୮ ବର୍ଷ ପୂର୍ବେ ଭାରତ ବିଶ୍ୱରେ ଦଶମ ବୃହତ୍ତମ ଅର୍ଥନୀତି ଥିବାବେଳେ ଏବେ ଏହା ୫ମ  ବୃହତ୍ତମ ଅର୍ଥନୀତି ହୋଇ ପାରିଥିବାରୁ  ଭାରତର ସମ୍ପ୍ରତି ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ୮୦,୦୦୦ ରୁ ଅଧିକ ଷ୍ଟାର୍ଟ – ଅପ୍ ବିଷୟରେ ମଧ୍ୟ କହିଥିଲେ ଯାହା ସୃଜନଶୀଳତାର ରାସ୍ତାକୁ ଚାଲୁ ରଖିଛି । ସେ ଆହୁରି ମଧ୍ୟ ମନେ ପକାଇ ଦେଇଥିଲେ ଯେ, ଦୁଇ ଦିନ ପୂର୍ବେ ବ୍ରଡବ୍ୟାଣ୍ଡ ଇଂଟରନେଟ୍ ସେବାକୁ ବିସ୍ତାର କରିବା ପାଇଁ ଇସ୍ରୋ ଏକକାଳୀନ ୩୬ ଉପଗ୍ରହ ଉତକ୍ଷେପଣ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା । ୟୁକ୍ରେନ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରି କହିଥିଲେ ଯେଉଁଠାରେ ଟ୍ରାଇ କଲର (ତିରଙ୍ଗା) ଭାରତୀୟଙ୍କ ପାଇଁ ପ୍ରତିରକ୍ଷାର ଢାଲ ଭାବରେ କାର୍ଯ୍ୟ କରିଥିଲା ।

ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ , ଏହା ହେଉଛି ଉଭୟ ଭାରତର ବାହ୍ୟ ତଥା ଆଭ୍ୟନ୍ତରୀଣ ଶତ୍ରୁ ମାନଙ୍କ ବିରୁଦ୍ଧରେ ସଫଳତାର ସହ ଲଢ଼େଇର ଫଳାଫଳ । ଦେଶ ଭିତରେ ଶତ୍ରୁ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଥିବାବେଳେ ଆପଣମାନେ  ସୀମାରେ ସୁରକ୍ଷା ଢାଲ ଭାବରେ ଦଣ୍ଡାୟମାନ ହୋଇଛନ୍ତି ।  “ଆତଙ୍କବାଦ, ନକ୍ସଲବାଦ ଏବଂ ଉଗ୍ରବାଦ ଭଳି ସମସ୍ୟା ଗୁଡିକର ମୂଳୋତ୍ପାଟନ ପାଇଁ ଦେଶ ସଫଳ ଉଦ୍ୟମ କରିଛି ବୋଲି ଶ୍ରୀ ମୋଦୀ ଦର୍ଶାଇ ଥିଲେ । ଏକଦା ଦେଶର ଏକ ବଡ଼ ଅଂଶକୁ ଆଚ୍ଛାଦିତ କରି ରଖିଥିବା ନକ୍ସଲବାଦ ଉପରେ ପ୍ରଧାନମନ୍ତ୍ରୀ ଟିପ୍ପଣୀ ଦେଇଥିଲେ ଯେ ଏହାର ପରିସର କ୍ରମାଗତ ଭାବେ ହ୍ରାସ ପାଉଛି । ଦୁର୍ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ, ଭାରତ ଏକ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ୁଛି । ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ସେ ଆଇନ୍ କବଳରୁ ରକ୍ଷା ପାଇ ପାରିବେ ନାହିଁ ।” ସେ ଆହୁରି ମଧ୍ୟ କହିଥିଲେ ଯେ , କୁଶାସନ ଆମ ବିକାଶ ପଥରେ ବାଧା ସୃଷ୍ଟି କରି ଦେଶର ସାମର୍ଥ୍ୟକୁ ସୀମିତ କରି ଦେଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ ମନ୍ତ୍ର ସହିତ ଆମେ ସେହି ସମସ୍ତ ପୁରୁଣା ଦୁର୍ବଳତା ଗୁଡିକୁ ଖୁବୁ ଶୀଘ୍ର ଦୂର କରୁଛୁ ।”

ଆଧୁନିକ ଯୁଦ୍ଧରେ ଟେକ୍ନୋଲୋଜି କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ , ଭବିଷ୍ୟତରେ ଯେଉଁ  ଯୁଦ୍ଧ ହେବ ତାହାର  ସ୍ୱରୂପ ବଦଳିବାକୁ ଯାଉଛି ଏବଂ ଏହି ନୂତନ ଯୁଗରେ ଆମେ ଦେଶ ସୈନ୍ୟ ଶକ୍ତି ମାନଙ୍କୁ ଜାତୀୟ ସୁରକ୍ଷାର ଆବଶ୍ୟକତା ଅନୁସାରେ ନୂତନ ଆହ୍ୱାନ, ନୂତନ ପଦ୍ଧତି ଏବଂ ପରିବର୍ତ୍ତିତ ପରିବେଶ ଅନୁଯାୟୀ ଦେଶର ସାମରିକ ଶକ୍ତିକୁ ପ୍ରସ୍ତୁତ କରୁଛୁ । ସେନାରେ ପ୍ରମୁଖ ସଂସ୍କାରର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇ କହିଥିଲେ, ଯେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆ ଯାଉଛି ଯାହା ଦ୍ୱାରା ପ୍ରତ୍ୟେକ ଆହ୍ୱାନ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମର ସୈନ୍ୟ ବାହିନୀର ଯେପରି ଉତ୍ତମ ସମନ୍ୱୟ ରହି ପାରିବ । “ଏଥିପାଇଁ ସିଡିଏସ୍ ପରି ଅନୁଷ୍ଠାନ ସୃଷ୍ଟି କରା ଯାଇଛି । ସୀମାରେ ଆଧୁନିକ ଭିତ୍ତିଭୂମି ସଂରଚନାର ଏକ ନେଟୱାର୍କ ସୃଷ୍ଟି କରା ଯାଉଛି, ଯାହା ଦ୍ୱାରା ଆମର ଯବାନମାନେ ନିଜ କର୍ତ୍ତବ୍ୟ ପାଳନ କରିବାରେ ଅଧିକ ସହଜ ଅନୁଭବ କରିବେ ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଦେଶରେ ଅନେକ ସୈନିକ ସ୍କୁଲ ଖୋଲା ଯାଉଛି ।

ଆତ୍ମ ନିର୍ଭର ଭାରତ ପ୍ରସଙ୍ଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ ଦେଶର ସୁରକ୍ଷା କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଭାରତୀୟ ସୈନ୍ୟ ବାହିନୀରେ ଆଧୁନିକ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରକୁ ସାମିଲ୍ କରାଯିବା । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ପ୍ରତିରକ୍ଷା ବିଭାଗର ତିନୋଟି ବିଭାଗ ବିଦେଶୀ ଅସ୍ତ୍ରଶସ୍ତ୍ର ଗୁଡିକ ଉପରେ ଏବଂ ବ୍ୟବସ୍ଥା ଉପରେ ଆମର ନିର୍ଭରଶୀଳତାକୁ କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଆତ୍ମନିର୍ଭରଶୀଳ ହେବାକୁ ସଙ୍କଳ୍ପ ନେଇଛନ୍ତି । ସେ କହିଥିଲେ ଯେ, “ମୁଁ ଆମର ତିନି ସୈନ୍ୟ ବାହିନୀକୁ ପ୍ରଶଂସା କରୁଛି, ଯେଉଁମାନେ ନିଷ୍ପତ୍ତି ନେଇଛନ୍ତି ଯେ ୪୦୦ ରୁ ଅଧିକ ପ୍ରତିରକ୍ଷା ଉପକରଣ ଆଉ ବିଦେଶରୁ କିଣାଯିବ ନାହିଁ ଏବଂ ବର୍ତ୍ତମାନ ଏହା ଭାରତରେ ତିଆରି ହେବ” ।  ସ୍ୱଦେଶୀ ଅସ୍ତ୍ର ବ୍ୟବହାର କରିବାର ଲାଭ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଭାରତର ଯବାନମାନେ ଦେଶରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଶତ୍ରୁ ମାନଙ୍କ ସହିତ ଲଢ଼ିବେ, ସେତେବେଳେ ସେମାନଙ୍କର ବିଶ୍ୱାସ ଶିଖରରେ ରହିବ ଏବଂ ଶତ୍ରୁ ମାନଙ୍କୁ ଦମନ କରି ଏହା ଏକ ଆଶ୍ଚର୍ଯ୍ୟଜନକ ଉପାଦାନର ଉପଲବ୍ଧି ପ୍ରଦାନ କରିବ । ଶତ୍ରୁ ମାନଙ୍କର ମନୋବଳ ଦୁର୍ବଳ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ – ହାଲୁକା ଯୁଦ୍ଧ ହେଲିକପ୍ଟର , ତେଜସ୍ ଫାଇଟର୍ ଜେଟ୍ସ ଏବଂ ବିପୁଳ ବିମାନ ପରିବହନକାରୀ ବିକ୍ରାନ୍ତର ଉଦାହରଣ ଦେଇଥିଲେ ଏବଂ ଆରିହନ୍ତ, ପୃଥ୍ୱୀ, ଆକାଶ, ତ୍ରିଶୂଳ , ପିନାକ ଏବଂ ଅର୍ଜୁନ ଭଳି ଭାରତର କ୍ଷେପଣାସ୍ତ୍ର ଶକ୍ତି ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଆଜି ଭାରତ ଏହାର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ସହିତ ପ୍ରତିରକ୍ଷା ଉପକରଣ ଗୁଡିକର ରପ୍ତାନିକାରୀ ଦେଶ ହୋଇ ପାରିଛି ଏବଂ ଡ୍ରୋନ୍ ଭଳି ଆଧୁନିକ ତଥା ପ୍ରଭାବଶାଳୀ ପ୍ରଯୁକ୍ତି ବିଦ୍ୟା ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରୁଛି ।

“ଆମେ ସେହି ପରମ୍ପରା ଗୁଡିକୁ ଅନୁସରଣ କରୁଛୁ ଯେଉଁଠାରେ ଯୁଦ୍ଧକୁ ଶେଷ ବିକଳ୍ପ ଭାବରେ ବିବେଚନା କରାଯାଏ ” ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଭାରତ ସର୍ବଦା ବିଶ୍ୱ ଶାନ୍ତି ସପକ୍ଷରେ ରହି ଆସିଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ଆମେ ସବୁବେଳେ ଯୁଦ୍ଧକୁ ବିରୋଧ କରିଥାଉ, କିନ୍ତୁ ଶକ୍ତି ବିନା ଶାନ୍ତି ସମ୍ଭବ ନୁହେଁ ।” ସେ ଆହୁରି ମଧ୍ୟ କହିଥିଲେ ଯେ ଆମର ସୈନ୍ୟ ବାହିନୀର ସାମର୍ଥ୍ୟ ଏବଂ ରଣନୀତି ଅଛି ଏବଂ ଯଦି କେହି ଆମକୁ ଆଖି ଉଠାଇ ଦେଖନ୍ତି, ତେବେ ଆମର ସୈନ୍ୟ ବାହିନୀ ଏହା ମଧ୍ୟ ଜାଣନ୍ତି ଯେ କିପରି ନିଜ ଭାଷାରେ ଶତ୍ରୁକୁ ଉପଯୁକ୍ତ ଉତ୍ତର ଦେବେ । ଦାସତ୍ୱ ମାନସିକତାକୁ ଶେଷ କରିବା ପାଇଁ ନିଆ ଯାଇଥିବା ପ୍ରୟାସ ଗୁଡିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନୂତନ ଭାବେ ଉଦ୍‌ଘାଟିତ କର୍ତ୍ତବ୍ୟ ପଥର ଉଦାହରଣ ଦେଇଥିଲେ ଏବଂ ଏହା କହିଥିଲେ ଯେ ଏହା ନୂଆ ଭାରତର ନୂତନ ବିଶ୍ୱାସକୁ ପ୍ରୋତ୍ସାହିତ କରୁଛି । ସେ କହିଥିଲେ ଯେ, “ଜାତୀୟ ଯୁଦ୍ଧ ସ୍ମାରକୀ ହେଉ କିମ୍ବା ଜାତୀୟ ପୁଲିସ ସ୍ମାରକୀ ହେଉ, ଏହା ନୂଆ ଭାରତ ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରିଥାଏ । ପ୍ରଧାନମନ୍ତ୍ରୀ ନୂତନ ଭାରତୀୟ ନୌସେନାର ପତାକାକୁ ମଧ୍ୟ ମନେ ପକାଇ କହିଥିଲେ ଯେ,  “ବର୍ତ୍ତମାନ ଶିବାଜୀଙ୍କ ସାହସିକତାର ପ୍ରେରଣା ନୌସେନାର ପତାକାରେ ଯୋଡି ହୋଇ ଯାଇଛି ।”

ପ୍ରଧାନମନ୍ତ୍ରୀ ସୂଚିତ କରିଥିଲେ ଯେ, ଆଜି ସମଗ୍ର ବିଶ୍ୱର ଆଖି ଭାରତ ଏବଂ ଏହାର ଅଭିବୃଦ୍ଧି ସମ୍ଭାବନା ଉପରେ ରହିଛି । ଶ୍ରୀ ମୋଦୀ କହିଥିଲେ ଯେ ଆଜାଦିର ଅମୃତ କାଳର ସମୟ ଭାରତର ଏହି ଶକ୍ତିର ପ୍ରକୃତ ସାକ୍ଷୀ ହେବାକୁ ଯାଉଛନ୍ତି । ଏଥିରେ ଆପଣ ମାନଙ୍କର ଭୂମିକା ବହୁତ ଅଧିକ,  କାରଣ ଆପଣ ମାନେ ସମସ୍ତେ  ଭାରତର ଗର୍ବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଭାରତୀୟ ସଶସ୍ତ୍ର ସେନା ବାହିନୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ କବିତା ପାଠ କରି ନିଜର ବକ୍ତବ୍ୟ ଶେଷ କରିଥିଲେ ।

*****

SSP

 

 

 

 

କାରଗିଲ୍ ଦୀପାବଳି ଉତ୍ସବ ପ୍ରଧାନମନ୍ତ୍ରୀ ମୋଦୀ ସଶସ୍ତ୍ର ସେନା ବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……

August 3, 2025
Latest News

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.