ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ମୋଦୀ ସରକାର ଆଜି କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, DA ୬୦% ରୁ ବଢି ୬୩% ହେବ। ଏହା ୧ ଜୁଲାଇ ୨୦୨୬ରୁ ଲାଗୁ ହେବ। ଏଥିପାଇଁ ସରକାର ୧୦,୦୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି।
ଏହି ବୃଦ୍ଧିରେ ପ୍ରାୟ ୪୮.୫୪ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮.୭୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ।
ଉଦାହରଣ ସ୍ୱରୂପ ୨୫ ହଜାର ବେସିକ ଥିବା କର୍ମଚାରୀଙ୍କ DA ୧୫୦୦୦ ରୁ ବଢି ୧୫୭୫୦ ଟଙ୍କା ହେବ, ମାସକୁ ୭୫୦ ଟଙ୍କା ଅଧିକ ମିଳିବ।
ସରକାର ବର୍ଷକୁ ଦୁଇଥର – ଜାନୁୟାରୀ ଓ ଜୁଲାଇରେ DA ସଂଶୋଧନ କରନ୍ତି। ଗତ ଏପ୍ରିଲରେ ୨% ବୃଦ୍ଧି ହୋଇ ୬୦% ହୋଇଥିଲା।


