ଭାରତୀୟ ଆଥଲେଟ୍ ଗୋମତି ମରିମୁଥୁ ଦୁଇଥର ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି । ଦୋହା ଏସିଆନ୍ ଚାମ୍ପିୟନ୍ସିପ୍ରେ ୮୦୦ ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟିନୀ ମରିମୁଥୁଙ୍କୁ ଏହି ନିଷିଦ୍ଧ ଡ୍ରଗ୍ସ ସେବନ କାରଣରୁ ୪ ବର୍ଷର ବାସନ୍ଦାଦେଶ ମିଳିଛି । ନାଡା ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଗତ ମାସରେ ଅନୁଷ୍ଠିତ ଦୋହା ଏସିଆନ ଗେମ୍ସ ଏବଂ ଫେଡେରେସନ୍ କପ୍ରେ ମରିମୁଥୁଙ୍କ ନମୁନା ପଜିଟିଭ୍ ସାବ୍ୟସ୍ତ ହୋଇଛି । ଏହି ମଧ୍ୟମ ଦୂରଗାମୀ ଧାବିକା ଜଣକ ଦୋହାରେ ସ୍ବର୍ଣ୍ଣ ପଦକ ବିଜୟୀ ହେବା ସହିତ ଭାରତୀୟ ଆଥଲେଟିକ୍ସରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଥିଲେ । ନାଡାର ଜନୈକ ଅଧିକାରୀ କହିଛନ୍ତି ‘ନିଷିଦ୍ଧ ପନାର୍ଥ ସେବନ ନେଇ ନାଡାର ନିୟମ ସର୍ବଦା କଡାକଡି ରହିଛି, ତେଣୁ ମଙ୍ଗଳବାର ମରିମୁଥୁଙ୍କ ସାପ୍ଲା ଗସ୍ତକୁ ଋଦ୍ଦ କରାଯାଇଛି । ବର୍ତ୍ତମାନ ମରିମୁଥୁଙ୍କ ବି ସାମ୍ପଲର ପରୀକ୍ଷଣ କରାଯିବ ଯଦି ତାଙ୍କର ବି ସାମ୍ପଲ ମଧ୍ୟ ପଜିଟିଭ୍ ଆସେ ତେବେ ତାଙ୍କୁ ସିଧାସଳଖ ୪ ବର୍ଷ ପାଇଁ ବାସନ୍ଦ କରାଯିବ ।
Tags: