Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନ ପରେ ଭୋଟ୍‌ଗଣତିକୁ ନେଇ ରାଜନୀତି : ସୁପ୍ରିମ୍‌କୋର୍ଟଙ୍କୁ ସମାଲୋଚନା କଲେ ଉଦିତ୍‌ ରାଜ
ଆଜିର ଖବର

ନିର୍ବାଚନ ପରେ ଭୋଟ୍‌ଗଣତିକୁ ନେଇ ରାଜନୀତି : ସୁପ୍ରିମ୍‌କୋର୍ଟଙ୍କୁ ସମାଲୋଚନା କଲେ ଉଦିତ୍‌ ରାଜ

May 22, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Is Supreme Court also involved in rigging, asks Congress's Udit Raj
Is Supreme Court also involved in rigging, asks Congress's Udit Raj

ନିର୍ବାଚନ ଫଳ ବାହାରିବାକୁ ଆଉ ଗୋଟିଏ ଦିନ । ତେବେ ଚଳିତ ଥର ନିର୍ବାଚନ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ରାଜନୀତି ବେଶ୍‌ ସରଗରମ ରହିଛି । ୨୦୧୯ ଲୋକସଭା ନିର୍ବାଚନରେ ଇଭିଏମ୍‌ ଓ ଭିଭିପାଟ ଦ୍ବାରା ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ତେବେ ଏହାକୁ ବିରୋଧୀ ଦଳ ସ୍ବର ଉଠାଇଛି । ଏହାକୁ ନେଇ ଭାରତୀୟ ରାଜନୀତିରେ ହଲଚଲ୍‌ ସୃଷ୍ଟି ହୋଇଛି ।  ଭୋଟ ଗଣତି ବେଳେ ସବୁ ବୁଥ୍‌ର ଇଭିଏମ ଭୋଟ ସହିତ ଭିଭିପାଟ ସ୍ଲିପ ମିଳାଇ ଭୋଟ ଗଣତି କରିବା ଲାଗି ବିରୋଧୀମାନେ କରୁଥିବା ଦାବି ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସୁପ୍ରିମକୋର୍ଟ ବିରୋଧୀ ଦଳଗୁଡ଼ିକର ଆବେଦନକୁ ଖାରଜ କରି ଗୋଟିଏ ବିଧାନସଭା କ୍ଷେତ୍ରର କେବଳ ୫ଟି ବୁଥର ଇଭିଏମ ସହ ଭିଭିପାଟ ସ୍ଲିପ ମିଳାଇ ଭୋଟ ଗଣନା କରିବାକୁ ନିର୍ଦେଶ ଦେଇଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଉଦିତ୍‌ ରାଜ। ସୁପ୍ରିମ କୋର୍ଟ ବି ଏହି ନିର୍ବାଚନୀ କାରସାଦିରେ ସମ୍ପୃକ୍ତ ଅଛନ୍ତି ବୋଲି ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଡାକ୍ତର ଉଦିତ ରାଜ ଅଭିଯୋଗ କରି ବିବାଦ ଘେରକୁ ଚାଲିଆସିଛନ୍ତି। ଏପରି କି ସେ ସୁପ୍ରିମକୋର୍ଟଙ୍କ ବିଶ୍ଵସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କାହିଁକି ଶତ ପ୍ରତିଶତ ଭିଭିପାଟ୍‌ର ଗଣତି ଚାହୁଁ ନାହାଁନ୍ତି । କ’ଣ ସିଏ ବି ଏହି ଠକାମୀରେ ସାମିଲ ଅଛନ୍ତି ବୋଲି ଉଦିତ ରାଜ ପ୍ରଶ୍ନ କରିଛନ୍ତି ।   ସେ ଆହୁରି ମଧ୍ୟ କହିଛନ୍ତି କି ନିର୍ବାଚନ ପ୍ରକ୍ରିୟାରେ ପ୍ରାୟ ତିନି ମାସ ସମସ୍ତ ସରକାରୀ କାମ ମାନ୍ଦା ପଡ଼ି ଯାଇଛି । ଯଦି ଭୋଟ ଗଣତି ପାଇଁ ଦୁଇ ଦିନ ସମୟ ଲାଗେ ତାହା ହେଲେ କ’ଣ ଫରକ୍‌ ପଡ଼ିବ ।  ସେ କୋର୍ଟଙ୍କ ସମେତ ନିର୍ବାଚନ ଆୟୋଗଙ୍କ ଉପରେ ମଧ୍ୟ ଅଭିଯୋଗ କରିଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ବିକ୍ରି ହୋଇ ସାରିଛନ୍ତି ବୋଲି କହିଛନ୍ତି ଉଦିତ୍‌ । ସେଥିପାଇଁ ଦେଶରେ ୭ଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ କରାଗଲା । ଦେଶକୁ ବଞ୍ଚାଇବାକୁ ହେଲେ ଆନ୍ଦୋଳନ କରିବାକୁ ପଡ଼ିବ ବୋଲି କହିଛନ୍ତି ଉଦିତ୍‌  ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସୋମବାରରେ ଏହି ସାତୋଟି ରାଶି ପାଇଁ ରହିଛି ଧମାଧମ ଲାଭ, କେବେ ଚିନ୍ତା କରି ନ ଥିବେ

December 22, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025

ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

December 21, 2025

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025
Latest News

ଆଜି ସୋମବାରରେ ଏହି ସାତୋଟି ରାଶି ପାଇଁ ରହିଛି ଧମାଧମ ଲାଭ, କେବେ ଚିନ୍ତା କରି ନ ଥିବେ

December 22, 2025

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.