ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ମଧ୍ୟସ୍ଥି ସୁଶେନ୍ ମୋହନ ଗୁପ୍ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମେ 22 ତାରିଖରେ ଇଡି ପକ୍ଷରୁ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି । 3600 କୋଟି ଟଙ୍କାର ଏହି ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ଗୁପ୍ତାଙ୍କୁ ସ୍ବତନ୍ତ୍ର ଜଜ୍ ଅରବିନ୍ଦ କୁମାରଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏହି ମାମଲାରେ ୟୁଏଇରୁ ଗିରଫ ହୋଇଥିବା ଗୁପ୍ତାଙ୍କୁ ଦିଲ୍ଲୀ ପ୍ରତ୍ୟର୍ପଣ କରାଯାଇଥିଲା । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ରାଜୀବ ସକ୍ସେନା ସରକାରୀ ସାକ୍ଷୀ ବନିବାରୁ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା ।
Tags: