Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଭିପାଟ୍‌ ଗଣନା ପାଇଁ ବିଳମ୍ବିତ ହୋଇ ପାରେ ନିର୍ବାଚନ ଫଳାଫଳ
ଆଜିର ଖବର

ଭିଭିପାଟ୍‌ ଗଣନା ପାଇଁ ବିଳମ୍ବିତ ହୋଇ ପାରେ ନିର୍ବାଚନ ଫଳାଫଳ

May 22, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
election result may get late
election result may get late

ଆସନ୍ତା କାଲି ଅର୍ଥାତ ମେ’ ୨୩ରେ ଲୋକସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ୫୪୨ ଲୋକସଭା ଆସନ ପାଇଁ ମତଦାନର ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହେବ। ପ୍ରଥମ ଥର ପ୍ରତି ବିଧାନସଭା ଆସନର ୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳା ଯିବ। ତେଣୁ ଗୁରୁବାର ରାତି ୧୨ଟା ସୁଦ୍ଧା ମତ ଗଣନା ସମ୍ପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ରାତି ୧୨ଟା ସୁଦ୍ଧା ଫଳାଫଳର ଚିତ୍ର ସ୍ପଷ୍ଟ ନହୁଏ ତେବେ ୨୩ରେ ନୁହେଁ ୨୪ରେ ଫଳାଫଳ ପ୍ରକାଶ ପାଇବ।
ଚଳିତ ଥର ୫୪୨ ଲୋକସଭା ଆସନରେ ୮୦୦୦ରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ୭ଟି ପର୍ଯ୍ୟାୟରେ ହୋଇଥିବା ମତଦାନରେ ୯୦.୯୯ କୋଟି ଭୋଟରଙ୍କ ମଧ୍ୟରୁ ପାଖାପାଖି ୬୭.୧୧% ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ଭାରତର ଲୋକସଭା ନିର୍ବାଚନ ଇତିହାସରେ ଏହି ନିର୍ବାଚନରେ ସବୁଠୁ ଅଧିକ ମତଦାନ ହୋଇଛି। ଲୋକସଭା ନିର୍ବାଚନରେ ପ୍ରଥମ ଥର ଇଲେକ୍ଟ୍ରୋନିକ ଭୋଟିଂ ମେସିନ ସହ ଭିଭିପାଟ ସ୍ଲିପ୍‍ ମିଳା ଯାଉଛି। ଚଳିତ ଥର ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳା ଯିବ। ପ୍ରତି ଲୋକସଭା ଆସନରେ ୫ରୁ ୬ଟି ଲେଖାଏଁ ବିଧାନସଭା ଆସନ ରହିଛି। ତେଣୁ ପ୍ରତି ଲୋକସଭା ଆସନ ପାଇଁ ଅନ୍ୟୁନ୍‍ ୩୦ରୁ ୩୫ଟି ବୁଥ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବ। ଏହି ଆଧାରରେ ଦେଖାଗଲେ ୫୪୨ ଲୋକସଭା ଆସନ ପାଇଁ ୧୬ରୁ ୧୯ ହଜାର ବୁଥ୍‍ର ଇଭିଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବ। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‍ ଇଭିଏମ ସହ ଭିଭିପାଟ ସ୍ଲିପ୍‍ ମିଳାଯିବାରେ ଅନ୍ୟୁନ୍‍ ୪ରୁ ୫ ଘଣ୍ଟା ସମୟ ଲାଗିବ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ

February 26, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଘାଟିତ

February 26, 2026

ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.