ନିର୍ବାଚନୀ ଫଳାଫଳ ଅପଡେଟ୍‌ :  ଟିଡିପିକୁ ପଛରେ ପକାଇଲା ଓ୍ବାଇଏସ୍‌ଆର୍‌ କଂଗ୍ରେସ

Published: May 23, 2019, 11:23 am IST
election counting begins from 8.00 am

ସପ୍ତଦଶ ଲୋକସଭାର ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଭିଏମ୍‌ରେ ସିଲ୍‌ ହୋଇଥିବା ନେତାଙ୍କ ଭାଗ୍ୟର ଫଳାଫଳ ଆଜି ଜଣାପଡ଼ିବ । ପାଖାପାଖି ୪୦ ଦିନ ଧରି ଚାଲିରହିଥିବା ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ଫଳାଫଳ  ଆସିବା ପରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ । ପୁନର୍ବାର ମୋଦି ସରକାର ନା ଭୋଟରମାନେ ତାଙ୍କର ମତ ପରିବର୍ତ୍ତନ କରିଛନ୍ତି, ଏସବୁର ଉତ୍ତର ଆଉ କିଛି ସମୟ ମଧ୍ୟରେ ମିଳିଯିବ ।  ଦେଶର ୫୪୨ଟି  ଲୋକସଭା ଆସନ ସହିତ ଓଡିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍‌ର ୪୧୪ ବିଧାନସଭା ଆସନର ଫଳାଫଳ ମଧ୍ୟ ଆଜି ଜଣାପଡ଼ିବ । ଏକାସାଥିରେ ଲୋକସଭା ଏବଂ ବିଧାନସଭା ପାଇଁ ନିର୍ବାଚନ ହେଉଥିବା ଆନ୍ଧ୍ରପ୍ରଦେଶରେ ଜଗନ୍‌ମୋହନ୍‌ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସ ଅଧିକାଂଶ ବିଧାନସଭା ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଏଠାରେ କ୍ଷମତାସୀନ ପଛରେ ପଡ଼ିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୱାଇଏସ୍‌ଆର ୧୦୪ଟି ଆସନରେ ଆଗୁଆ ଥିବାବେଳେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ୨୪ଟିରେ ଆଗୁଆ ରହିଛି।

Related posts