ଫୁଲ୍ଓ୍ବାମା ଆକ୍ରମଣ ଓ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ଭାରତ–ପାକିସ୍ତାନ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବାବେଳେ ପୁନର୍ବାର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଭାରତ ସହିତ ନିଜକୁ ସହଜ ତଥା ନୂତନ ସମ୍ପର୍କ ସୃଷ୍ଟି କରିବା ଦିଗରେ ପ୍ରଯତ୍ନ କରୁଛି। ଭାରତରେ ସପ୍ତଦଶ ଲୋକସଭା ନିର୍ବାଚନର ଫଳାଫଳ ଆସିବାକୁ ରହିଥିବାବେଳେ ଚଳିତ ଥର ନରେନ୍ଦ୍ର ମୋଦି ପୁନର୍ବାର ସରକାର ଗଠନ କରିବାକୁ ନେଇ ଚିତ୍ର ପାଖାପାଖି ସ୍ପଷ୍ଟ ହୋଇଆସିଲାଣି। ବାରଣାସୀରୁ ମୋଦି ରେକର୍ଡ ସଂଖ୍ୟକ ଭୋଟ୍ରେ ବିଜୟୀ ମଧ୍ୟ ହୋଇଛନ୍ତି । ଏହି ଅବସରରେ ପାକିସ୍ତାନ ରାଷ୍ଟ୍ରପତି ଇମ୍ରାନ୍ ଖାନ୍ ମୋଦିଙ୍କୁ ବିଜୟର ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଛନ୍ତି। ଇମ୍ରାନ୍ ତାଙ୍କ ବାର୍ତ୍ତାରେ ବିଜେପି ଓ ତାଙ୍କ ସହଯୋଗୀ ଦଳମାନଙ୍କ ଐତିହାସିକ ସଫଳତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଦକ୍ଷିଣ ଏସିଆର ଶାନ୍ତି ସ୍ଥାପନ ସହ ବିକାଶ କରିବା ଦିଗରେ ଭାରତର ସହଯୋଗ ପାଇଁ ଆଶା ପ୍ରକଟ କରିଛନ୍ତି।