ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି କଲା ଏହି ଘୋଷଣା

Published: Nov 12, 2022, 11:49 am IST

ଭୁବନେଶ୍ବର: ପଦ୍ମପୁର ନିର୍ବାଚନ ପାଖେଇ ଆସିଥିବାରୁ ବର୍ତ୍ତମାନ ସବୁ ରାଜନୈତିକ ଦଳ ତତ୍ପରତା ପ୍ରକାଶ କରିଛନ୍ତି। ଏହି ଭିତରେ ବିଜେଡି କରିଛି ଏକ ନୂଆ ଘୋଷଣା। ସେହି ଅନୁସାରେ ଦଳ ପଦ୍ମପୁରର ନେତା ରାଜୁ ଘିବେଲାଙ୍କୁ ରାଜ୍ୟ ସଂପାଦକ ଭାବେ ଘୋଷଣା କରିଛି। ଆଜି ଏ ନେଇ ଦଳ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜୁ ଘିବେଲା ନିକଟରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ। ସେ ଏବଂ ତାଙ୍କର ବହୁ ସମର୍ଥକ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳରେ ମିଶାଇଥିଲେ। ଏହାପରେ ଚର୍ଚ୍ଚା ଚାଲିଲା ଯେ ସେ ପଦ୍ମପୁର ବିଧାୟକ ଟିକେଟ ପାଇପାରନ୍ତି।

Related posts